• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ ପୁଲିସ

by Voice of Victims
June 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଓଡ଼ିଶାରେ ବିଜେପିର ବିଜୟ: ଧନ୍ୟବାଦ୍ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଜନତା ମଇଦାନକୁ ବିରାଟ ରୋଡ୍‌ ସୋ’ରେ ଯାଇ ମୋହନ ମାଝୀ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କିପରି ହୋଇଛି ପ୍ରସ୍ତୁତି, ସେନେଇ ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମଇଦାନକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି । ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଓ ବିଭିନ୍ନ ବିଭାଗର ମନ୍ତ୍ରୀ ବୁଲି ଦେଖିଛନ୍ତି । କାଲି ମୋଦୀ ଷଷ୍ଠଥର ପାଇଁ ଓଡ଼ିଶା ଆସୁଛନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜନତା ମଇଦାନରେ ବିରାଟ ସମାବେଶ ଆୟୋଜନ କରାଯାଇଛି । ପ୍ରାୟ ୫୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି ।


କାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତି ହୋଇଛି । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିଧିବଦ୍ଧ ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର କୁଶିନଗରରୁ ବାହାରି ଅପରାହ୍ଣ ୩.୪୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ନରେନ୍ଦ୍ର ମୋଦୀ ।  

ଭୁବନେଶ୍ୱରରେ ପହଞ୍ଚିବା ପରେ ୩.୪୫ ମିନିଟ୍‌ରେ ଏୟାରପୋର୍ଟରୁ ଜନତା ମୈଦାନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିବେ ପ୍ରଧାନମନ୍ତ୍ରୀ । ୪.୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪.୧୫ରୁ ୫.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସରକାରଙ୍କ ଉପଲବ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଏହାପରେ ୫.୩୫ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଭୁବନେଶ୍ୱର ଅଭିମୁଖେ ବାହାରିବ । ୫.୪୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦୀ ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ
  • ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର
  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In