• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ୱାସିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

by Voice of Victims
February 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ୱାସିଂଟନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଦୂଆଦିଲ୍ଲୀ: ଫୋକସରେ ମୋଦି-ଟ୍ରମ୍ପ ଭେଟ । ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଭାରତ-ଆମେରିକା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯାହାର ଫଟୋ ନିଜେ ସୋସିଆଲ ମିଡିଆରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଆମେରିକାରେ ପ୍ରବାସୀ ଭାରତୀୟ ତରଫରୁ ମୋଦିଙ୍କୁ ବିପୁଳ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। କାରଣ ନିକଟ ଅତୀତରେ ଟ୍ରମ୍ପ ଏପରି ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହାର ଭାରତ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରଭାବ ପଡ଼ିଛି । କେବଳ ଏତିକି ନୁହେଁ, ଟ୍ରମ୍ପ ଭାରତ ସହ ବାଣିଜ୍ୟ ଏବଂ ପ୍ରବାସନ ପ୍ରସଙ୍ଗରେ ମଧ୍ୟ ଅନେକ ମନ୍ତବ୍ୟ ଦେଇଛନ୍ତି, ଯାହାର ଗଭୀର ପ୍ରଭାବ ରହିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ବେଆଇନ ପ୍ରବେଶ ନେଇ ୧୦୪ ଭାରତୀୟଙ୍କୁ ହାତକଡି ପିନ୍ଧାଇ ଆମେରିକା ପଠାଇବା ପରେ ମୋଦୀଙ୍କ ସହ ଟ୍ରମ୍ପଙ୍କ ଭେଟଘାଟ ରହିଛି । ଆହୁରୀ ୪୦୦ରୁ ଅଧିକ ଅନୁପ୍ରବେଶକରୀଙ୍କୁ ଆମେରିକା ଭାରତ ପଠାଇବାକୁ ଯୋଜନା କରୁଛି । ଏହା ଉପରେ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ନଜର ରହିଛି ।

Post Views: 49
Tags: Prime Minister on US visit
Share197Tweet123Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In