ନୂଆଦିଲ୍ଲୀ : AI ଦୁନିଆରେ ଭାରତର ବଡ଼ ପଦକ୍ଷେପ । ଆଜି ସନ୍ଧ୍ୟାରେ ‘ଏଆଇ ଏକ୍ସପୋ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଏକ ନୂଆ ଇତିହାସ ରଚିବାକୁ ଯାଉଛି ଭାରତ । ଆଜିଠୁ ନୂଆଦିଲ୍ଲୀରେ ‘ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ।
ଏହି ସମିଟକୁ ସଂଧ୍ୟାରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀର ମୁଖ୍ୟ, ବୈଜ୍ଞାନିକ ଏବଂ ସରକାରୀ ପ୍ରତିନିଧିମାନେ ଯୋଗ ଦେଉଛନ୍ତି । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶାଳ ‘ଏଆଇ ଏକ୍ସପୋ’ର ଶୁଭାରମ୍ଭ କରିବେ । ଏହି ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ମଧ୍ୟ ସମ୍ଭାବନା ଅଛି ।
ଏହି ୪ ଦିନିଆ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଆଲୋଚନା ଚକ୍ର ଏବଂ ସଭା ଅନୁଷ୍ଠିତ ହେବ । ଏଠାରେ ୮୪୦ରୁ ଅଧିକ ପ୍ରଦର୍ଶନୀ କେନ୍ଦ୍ର ରହିଛି, ଯେଉଁଠାରେ ନୂଆ ନୂଆ AI ଉତ୍ପାଦ, ରୋବୋଟିକ୍ସ ଏବଂ ସଫ୍ଟୱେର୍ ସମାଧାନର ପ୍ରଦର୍ଶନ କରାଯିବ । ଏହି ମେଳାରେ ଭାରତୀୟ AI ଷ୍ଟାର୍ଟଅପ୍ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ନିଜର ନୂତନ ଜ୍ଞାନକୌଶଳ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ । ଭାରତକୁ ବିଶ୍ୱର ‘AI ହବ୍’ ଭାବେ ଗଢ଼ିତୋଳିବା ପାଇଁ ଏହି ସମ୍ମିଳନୀ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
