• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘PROBA-3’ ମିଶନ ଲଞ୍ଚ୍ କଲା ଇସ୍ରୋ, ସୂର୍ଯ୍ୟଙ୍କ ଉତ୍ତାପ ଉପରେ କରିବ ଅଧ୍ୟୟନ

by Voice of Victims
December 5, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
‘PROBA-3’ ମିଶନ ଲଞ୍ଚ୍ କଲା ଇସ୍ରୋ, ସୂର୍ଯ୍ୟଙ୍କ ଉତ୍ତାପ ଉପରେ କରିବ ଅଧ୍ୟୟନ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ‘ପ୍ରୋବା-୩’ ମିଶନକୁ ସଫଳତାପୂର୍ବକ ଲଞ୍ଚ୍ କରିଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ PSLV-C59/PROBA-3କୁ ଆଜି ମହାକାଶକୁ ପଠାଯାଇଛି । ଏହି ମିଶନକୁ ବୈଷୟିକ ତ୍ରୁଟି କାରଣରୁ ଗତକାଲି ସ୍ଥଗିତ ରଖାଯାଇଥିଲା । ଆଜି ୪ଟା ୪ ମିନିଟରେ ଏହାକୁ ଲଞ୍ଚ୍ କରାଯାଇଛି । PROBA-3 ହେଉଛି ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ଏକ ମିଶନ୍ । PROBA-3 ମିଶନ୍ ସୂର୍ଯ୍ୟଙ୍କ କରୋନା ଅଧ୍ୟୟନ କରିବ । ESA ମୁତାବକ, ଏହି ମିଶନ୍ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଏବଂ ଉତ୍ତପ୍ତ ସ୍ତରକୁ ଅଧ୍ୟୟନ କରିବ । ସୂର୍ଯ୍ୟଙ୍କ ବାହ୍ୟ ବାୟୁ ମଣ୍ଡଳକୁ ସୂର୍ଯ୍ୟଙ୍କ କରୋନା କୁହାଯାଏ । ଏହି ମିଶନରେ ISRO ର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ସହଯୋଗ କରୁଛି । ISRO ଏହା ପୂର୍ବରୁ ଦୁଇଟି ପ୍ରୋବା ମିଶନ୍ ଲଞ୍ଚ୍ କରି ସାରିଛି । ୨୦୦୧ରେ ପ୍ରଥମ PROBA-1 ଲଞ୍ଚ୍ କରାଯାଇଥିଲା । ୨୦୦୯ରେ ଦ୍ୱିତୀୟ PROBA-2 ମିଶନ୍ ଲଞ୍ଚ୍ ହୋଇଥିଲା । ଉଭୟ ମିଶନରେ ଇସ୍ରୋକୁ ସଫଳତା ମିଳିଥିଲା । ‘PROBA-3’ ମିଶନ୍ ଦୁଇଟି ମୁଖ୍ୟ ମହାକାଶ ଯାନରୁ ଉତକ୍ଷେପଣ ହେବ । ପ୍ରଥମଟି ହେଉଛି ଅକଲ୍ଟର୍, ଯାହାର ଓଜନ ୨୦୦ କିଲୋଗ୍ରାମ । ଅନ୍ୟଟି କରୋନାଗ୍ରାଫ୍, ଏହାର ଓଜନ ୩୪୦ କିଲୋଗ୍ରାମ । ଲଞ୍ଚିଂ ପରେ ଉଭୟ ସାଟେଲାଇଟ୍ ଅଲଗା ହୋଇଯିବ । ପରେ ସୋଲାର କରୋନାଗ୍ରାଫ୍ ଗଠନ ପାଇଁ ସେଗୁଡ଼ିକୁ ଏକ ସାଥୀରେ ପୋଜିସନ କରାଯିବ । ଏହି ମିଶନ ହେଉଛି ଅନେକ ୟୁରୋପୀୟ ଦେଶର ଏକ ସହଭାଗୀତା ପ୍ରକଳ୍ପ । ଏହି ଦେଶ ଗୁଡିକ ଗ୍ରୁପରେ ସ୍ପେନ୍, ପୋଲାଣ୍ଡ, ବେଲଜିୟମ, ଇଟାଲୀ ଓ ସ୍ୱିଜରଲାଣ୍ଡ ଅନ୍ତର୍ଭୁକ୍ତ । ମିଶନର ମୋଟ ମୂଲ୍ୟ ପାଖାପାଖି ୨୦୦ ମିଲିୟନ ୟୁରୋ ବୋଲି କୁହାଯାଉଛି । ‘PROBA-3’ ମିଶନ୍ ଦୁଇ ବର୍ଷ ଧରି ଚାଲିବ ।

Post Views: 94
Share203Tweet127Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In