• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶିକ୍ଷକ ବଦଳିରେ ଜନପ୍ରତିନିଧିଙ୍କ ସୁପାରିସ ଚଳିବନି: ହସ୍ତକ୍ଷେପ ଉପରେ ହାଇକୋର୍ଟଙ୍କ କଡ଼ା ଅଙ୍କୁଶ

by Voice of Victims
July 31, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅବସରପ୍ରାପ୍ତ OAS ଅଧିକାରୀଙ୍କୁ IAS ପଦୋନ୍ନତି ପାଇଁ କରାଯାଉ ପୁନଃବିଚାର

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟାରେ ସାଂସଦ ଓ ବିଧାୟକମାନଙ୍କ ହସ୍ତକ୍ଷେପ ଏବଂ ସୁପାରିସ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଜନପ୍ରତିନିଧିମାନଙ୍କ ସୁପାରିସକୁ ଆଧାର କରି ଶିକ୍ଷକ ବଦଳି କରିବା କ୍ଷମତା ଉପରେ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ କମିବ ବୋଲି ଆଶା କରାଯାଉଛି ।

ରାଜନୈତିକ ଚାପ ଏବଂ ଜନପ୍ରତିନିଧିଙ୍କ ସୁପାରିସ ଯୋଗୁଁ ବଦଳି ପ୍ରକ୍ରିୟା କିପରି ପ୍ରଭାବିତ ହେଉଛି, ସେନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ ବଦଳି ପାଇଁ ଥିବା ନିର୍ଦ୍ଦିଷ୍ଟ ନିୟମାବଳୀକୁ ଅଣଦେଖା କରାଯାଇ କେବଳ ରାଜନୈତିକ ସୁପାରିସକୁ ଗୁରୁତ୍ୱ ଦିଆଯାଉଛି । ଯାହାଦ୍ୱାରା ଯୋଗ୍ୟ ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ହାଇକୋର୍ଟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷକ ବଦଳି ଏକ ପ୍ରାଶାସନିକ ପ୍ରକ୍ରିୟା ଏବଂ ଏହା ସରକାରୀ ନିୟମ ଓ ଆବଶ୍ୟକତା ଅନୁସାରେ ହେବା ଉଚିତ୍ । ଏଥିରେ କୌଣସି ଜନପ୍ରତିନିଧିଙ୍କ ସୁପାରିସ କିମ୍ବା ଚିଠିକୁ ଗ୍ରହଣ କରାଯିବା ଅନୁଚିତ୍ । କୋର୍ଟ କହିଛନ୍ତି ଯେ ଏଭଳି ହସ୍ତକ୍ଷେପ କେବଳ ଶିକ୍ଷା ବ୍ୟବସ୍ଥାର ମାନକୁ କ୍ଷୁର୍ଣ୍ଣ କରେ ନାହିଁ ବରଂ ଶିକ୍ଷକମାନଙ୍କ ମନୋବଳକୁ ମଧ୍ୟ ଦୁର୍ବଳ କରିଥାଏ ।

ଏହି ରାୟ ପରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଭବିଷ୍ୟତରେ କୌଣସି ଶିକ୍ଷକ ବଦଳି କେବଳ ପ୍ରଶାସନିକ ଆବଶ୍ୟକତା, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଏବଂ ବଦଳି ନିୟମାବଳୀକୁ ଆଧାର କରି କରାଯିବ। କୌଣସି ସାଂସଦ ବା ବିଧାୟକଙ୍କ ସୁପାରିସକୁ ଏଥିପାଇଁ ବିଚାରକୁ ନିଆଯିବ ନାହିଁ । ହାଇକୋର୍ଟଙ୍କ ଏହି ପଦକ୍ଷେପକୁ ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ମହଲରେ ବ୍ୟାପକ ସ୍ୱାଗତ କରାଯାଇଛି। ଏହାଦ୍ୱାରା ଶିକ୍ଷକ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ରାଜନୈତିକ ପ୍ରଭାବରୁ ଶିକ୍ଷା ବ୍ୟବସ୍ଥା ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Post Views: 131
Share199Tweet125Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In