ପୁରୀ (ଭିଓଭି): ଅପରାଧ ନିୟନ୍ତ୍ରଣକୁ ଲକ୍ଷରେ ରଖି ପୁରୀ ପୋଲିସ୍ ଏବେ ଆକ୍ସନ ମୁଡରେ । କେତେବେଳେ ଆରକ୍ଷୀ ଅଧୀକ୍ଷକ ନିଜେ ଅନ୍ୟ ପୋଲିସ୍ ଅଫିସରଙ୍କ ସହିତ ଚାଲି ଚାଲି ପୁରୀ ସହରର ସାହି ଗଳି କନ୍ଦିରେ ପାଟ୍ରୋଲିଂ କରୁଛନ୍ତି ତ କେଉଁଠି ଛକ ମାନଙ୍କରେ ମଦ୍ୟପ ଗାଡି ଡ୍ରାଇଭର ଏବଂ ଅମାନିଆଙ୍କୁ ଧରି ସାବାଡ କରୁଛନ୍ତି ପୁରୀ ପୋଲିସ୍ । ଏସ୍.ପି. ଙ୍କ ନିର୍ଦ୍ଦେଶରେ ଏବେ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧୀନରେ ଥିବା ପୁରୁଣା ଜେଲ ଫେରନ୍ତା ଅପରାଧି ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଚାଲି ଚଳନ ଏବଂ ବ୍ୟବସାୟ ଉପରେ କଡା ନଜର ରଖା ଯାଉଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ମଧ୍ୟ ଥାନାକୁ ଧରିଆଣି ଅପରାଧ ପଥ ଛାଡି ସମାଜରେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବାକୁ ଉପଦେଶ ଦେଇ ଛାଡି ଦିଆଯାଉଛି ।

ଅନ୍ୟ ଏକ ଘଟଣା କ୍ରମରେ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗର ସ୍ଥିତ ମୁକ୍ତେଶ୍ୱର ମନ୍ଦିରରୁ ଗତ ୧୨ ତାରିଖ ରାତ୍ରୀରେ ଚୋରୀ ହୋଇଥିବା ମୂଲ୍ୟବାନ ଶିବ ପାର୍ବତୀ ମୂର୍ତି ଏବଂ ବହୁ ମ୍ୟଲ୍ୟବାନ ଅଳଙ୍କାର ଉଦ୍ଧାର କରିବା ସହିତ ଉକ୍ତ ଜିନିଷ ଚୋରୀ ଏବଂ କିଣାବିକା ରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ରଞ୍ଜନ କୁମାର ଦାସ ଓ ତାହାର ଦୁଇ ସହଯୋଗୀ ବିକାଶ ବେହେରା ଏବଂ ଶୁଶୀଲ ପ୍ରଧାନ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ୍ । ଯେହେତୁ ଏହି ସ୍ପର୍ଶକାତର ଘଟଣାଟି ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିଲା, ତେଣୁ ଅଭିଯୋଗ ପାଇବା ପରେ ଆମେ ତୁରନ୍ତ ଗୋଟିଏ ଟିମ୍ ଗଠନ କରି ପୂର୍ବ ପୋଲିସ୍ ରେକର୍ଡ ଅନୁସାରେ ଏହି ପ୍ରକାର ଅପରାଧରେ ଜଡ଼ିତ ସମସ୍ତ ଅପରାଧି ଙ୍କର ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ପଚରା ଉଚରା ଏବଂ ଅନୁସଂଧାନ ପରେ ଆମେ ଏହି କେଶଟିକୁ ଡିଟେକ୍ଟ କରିଛୁ ଏହି କେଶ୍ ରେ ଆମେ ତିନି ଜଣଙ୍କୁ ଗିରଫ କରିବା ସହିତ ଚୋରୀ ଜିନିଷକୁ ଉଦ୍ଧାର କରିଛୁ । ଉକ୍ତ ଅପରାଧୀ ମାନଙ୍କୁ ରିମାଣ୍ଡ ରେ ଆଣି ପୁନଃ ପଚରା ଉଚରା ପରେ ସେମାନେ ଅନ୍ୟ କୌଣସି ମୂର୍ତି ଚୋରୀ ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି କି ନାହିଁ ତାହା ପଦାକୁ ଆସିବ ବୋଲି ଏସ୍.ପି. ଶ୍ରୀ ପିନାକ ମିଶ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ନୂଆ ଏସ୍.ପି. ଦାୟିତ୍ୱ ନେବା ପରେ ପୁରୀ ପୋଲିସ୍ ଏବେ ଆକ୍ସନ ମୁଡ କୁ ଆସି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
