• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପୁରୀର ଆଶାକର୍ମୀ ସୁକାନ୍ତିଙ୍କୁ ଦିଲ୍ଲୀ ଡକରା, ସ୍ୱାଧୀନତା ଦିବସରେ ହେବେ ଅତିଥି

by Voice of Victims
August 12, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୁରୀର ଆଶାକର୍ମୀ ସୁକାନ୍ତିଙ୍କୁ ଦିଲ୍ଲୀ ଡକରା, ସ୍ୱାଧୀନତା ଦିବସରେ ହେବେ ଅତିଥି

ଭୁବନେଶ୍ବର: ପୁରୀର ଆଶାକର୍ମୀ ସୁକାନ୍ତିଙ୍କୁ ଦିଲ୍ଲୀ ଡକରା ଆସିଛି। ସ୍ୱାଧୀନତା ଦିବସରେ ସେ ହେବେ ଅତିଥି। ଓଡ଼ିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଦେଶ ପାଳିବାକୁ ଯାଉଛି ୭୮ ତମ ସ୍ୱାଧୀନତା ଦିବସ। ଏଥର ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଅତିଥି ହେବେ ପୁରୀ ଚନ୍ଦନପୁର ତଳଜଙ୍ଗ ଗାଁର ଆଶାକର୍ମୀ ସୁକାନ୍ତି ଜେନା। ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କୁ ବିଶେଷ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ସେ ଦିଲ୍ଲୀର ଅନ୍ୟ ଅତିଥିଙ୍କ ଗହଣରେ ବସି ପରେଡ୍ ଉତ୍ସବ ଦେଖିବାର ସୁଯୋଗ ପାଇବେ। ଏନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ନିମନ୍ତ୍ରଣପତ୍ର ଆସିଛି। ଆସନ୍ତା ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନେକ ଯୋଜନାକୁ ସୁକାନ୍ତି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାରସଫଳ ରୂପାୟନ ମଧ୍ୟ କରିଛନ୍ତି। ଓଡ଼ିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି।

Post Views: 29
Share199Tweet125Send
Voice of Victims

Voice of Victims

Recent Posts

  • ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି, ଥାନାରେ ଏତଲା
  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
  • ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପାଳିତ
  • ଅପ୍ରେଲ ୪ ଶହୀଦ ରଘୁ-ଦିବାକର ଙ୍କ ବଳିଦାନ ଦିବସ ରେ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In