ରଣପୁର (ଭିଓଭି): ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରଶ୍ନ ପଚାରିବା ଯେମିତି ଜଣେ ନାଗରିକ ର ଅଧିକାର ବୋଲି ଧରାଯାଏ ଠିକ୍ ସେମିତି ତାର ଉତ୍ତର ରଖିବା ମଧ୍ୟ ନିର୍ବାଚିତ ଜନ ପ୍ରତିନିଧି ଙ୍କ କର୍ତ୍ତବ୍ୟ ବୋଲି ମନାଯାଏ। ରଣପୁର ନିର୍ବାଚନ ମଣ୍ଡଳୀ ର ଜଣେ ସଚେତନ ଭୋଟର ହିସାବରେ ଧାରାବାହିକ ଭାବରେ ପ୍ରତିଦିନ ଆମେ ୩ ଟି ପ୍ରଶ୍ନ ପଚାରୁଥିବା ବେଳେ ବିଧାୟକ ମହାଶୟ ଉତ୍ତର ଶୂନ୍ୟ।ଆଶା ରଖୁଛୁ ଆମ ପ୍ରିୟ ବିଧାୟକ ମହୋଦୟ ନିମ୍ନ ତିନିଟି ପ୍ରଶ୍ନ ର ଉତ୍ତର ରଖିବେ।
୧- ଆମ ନିର୍ବାଚନ ମଣ୍ଡଳୀରୁ କେତେ ଜଣ କୃଷକ ସବ୍ ସିଡ ରେ ଧାନକଟା ଠାରୁ ଅମଳ ପର୍ଯ୍ୟନ୍ତ ବ୍ୟବହାର ହେଉଥିବା ଆଧୁନିକ କୃଷି ଯନ୍ତ୍ରପାତି ପାଇବାର ବ୍ୟବସ୍ଥା ଆପଣ କରିଛନ୍ତି?
୨ – ରଣପୁର ନିର୍ବାଚନମଣ୍ଡଳୀ ର ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ସହ ୮୦% ପର୍ଯ୍ୟନ୍ତ ସବ୍ ସିଡ୍ ର ବ୍ୟବସ୍ଥା କରି କେତେ ଗୋଟି ଶୀତଳଭଣ୍ତାର ନିର୍ମାଣ କରିବା ବ୍ୟବସ୍ଥା ଆପଣ କରିଛନ୍ତି?
୩- ରଣପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ପ୍ରତ୍ୟେକ ସୋସାଇଟି ( Primary Agricultural Cooperative Society ) ପାଇଁ ନିଜସ୍ଵ ଅଫିସ ଗୃହ ଏବଂ ଗୋଦାମ ଗୃହ ବ୍ୟବସ୍ଥା ଅଛି?
ବିଧାନସଭା ୱେବସାଇଟ ରେ ଉପଲବ୍ଧ ଆପଣଙ୍କ ଇ ମେଲ୍ ଆଇ.ଡି ଟି ଅଚଳ ହୋଇ ଯାଇଥିବାରୁ ଫେସବୁକ୍ ମାଧ୍ୟମରେ ପଚାରିଲୁ। ଆଶା ଉତ୍ତର ରଖିବେ।
ଜ୍ଞାନ ରଞ୍ଜନ ମିଶ୍ର
ସମ୍ପାଦକ
ଭଏସ୍ ଅଫ ଭିକ୍ଟମ୍ସ