କଣିହାଁ : ପୁଣି ଖୋଲିଲା ରେଙ୍ଗାଳି ଡ୍ୟାମ୍ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେଙ୍ଗାଳି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢୁଛି । ଏନେଇ ଆଜି ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି ।
ଏବେ ରେଙ୍ଗାଳି ଜଳଭଣ୍ଡାରର ଜଳସ୍ତର ୧୨୧.୮୭ ମିଟର ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୯୬୮ ଘନମିଟର ଜଳ ପ୍ରବେଶ କରୁଛି । ନଦୀ ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଉଛି ।
