• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉତ୍ତରପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ, ୩ ମୃତ

by Voice of Victims
June 2, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଉତ୍ତରପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ, ୩ ମୃତ

ନୂଆଦିଲ୍ଲୀ: ଭାରତର ପୂର୍ବୋତ୍ତର ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ତାଣ୍ଡବ ରଚିଛି । ସିକ୍କିମରେ ରବିବାର ସନ୍ଧ୍ୟାରେ ଆର୍ମି କ୍ୟାମ୍ପ ପାଖରେ ଭୂସ୍ଖଳନ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି । ଖବର ମୁତାବକ, ଉତ୍ତର ସିକ୍କିମରେ ରବିବାର ସନ୍ଧ୍ୟାରେ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ନିଖୋଜ ରହିଥିବା ଜଣାପଡିଛି । ଏଠାରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ମୃତକଙ୍କ ପରିଚୟ ଏବଂ ନିଖୋଜଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି ଦେଖିବାକୁ ମିଳିଛି । ଅନେକ ଗାଁ ଜଳମଗ୍ନ ହୋଇଛି । ରାସ୍ତାରେ ଡଙ୍ଗା ଚାଲୁଛି । ଏନଡିଆରଏଫ୍, ଏସଡିଆରଏଫ ଟିମ୍ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି ।

ଉତ୍ତର ସିକ୍କିମରେ ବର୍ଷା ବିପର୍ଯ୍ୟୟ କାରଣରୁ ଜଟିଳ ସ୍ଥିତି ଦେଖିବାକୁ ମିଳିଛି । ମଙ୍ଗନ ଜିଲ୍ଲାର ଲାଚେନ୍ ଓ ଲାଚୁଙ୍ଗ ଉପତ୍ୟକାରେ ପ୍ରାୟ ୧୫ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଲଗାଣ ବର୍ଷା, ଭୂସ୍ଖଳନ ଓ ତିସ୍ତା ନଦୀରେ ବଢୁଥିବା ପାଣି ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି । ଉଭୟ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ଠପ୍ ହୋଇଯାଇଛି । ରବିବାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଥିଲେ ହେଁ ପୁଣି ଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In