ରାଇରଙ୍ଗପୁର: ୪୮ ଘଣ୍ଟା ବାମନଘାଟି ବନ୍ଦ । ଆନ୍ଦୋଳନକାରୀଙ୍କୁ ଖଲାସ ଦାବିରେ ୪୮ ଘଣ୍ଟିଆ ବାମନଘାଟି ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ । ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ ପୋଲିସ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ମୁକ୍ତ କରିବାକୁ ଦାବି କରିଛି ମଞ୍ଚ ।
ବାମନଘାଟି ବନ୍ଦ ସହ ସମସ୍ତ ଅଫିସ, ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳର ସମସ୍ତ ଛକରେ ସଂଗଠନର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି ।
ସୂଚନାଯେୋଗ୍ୟ, ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ। ବର୍ଷାରେ ସାରା ରାତି ଧାରଣାରେ ବସିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ମହିଳା ଓ ପୁରୁଷ । ହେମଗିର ବ୍ଲକ ଲଇକେରାରେ ଦେଶୀ ମଦଭାଟି ବନ୍ଦ କରିବା ଦାବିରେ ଧାରଣା ଦିଆଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ ।
