• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫ର ତୃତୀୟ ସନ୍ଧ୍ୟା; ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ, ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲେ ଆଞ୍ଚଳିକ ସ୍କୁଲ ପିଲାଙ୍କ ନୃତ୍ୟ

by Voice of Victims
December 11, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫ର ତୃତୀୟ ସନ୍ଧ୍ୟା; ଦର୍ଶକଙ୍କୁ ବିଭୋର କଲା ନେପାଳ ସିକିମର ମାରୁନି ନୃତ୍ୟ, ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲେ ଆଞ୍ଚଳିକ ସ୍କୁଲ ପିଲାଙ୍କ ନୃତ୍ୟ

ରଣପୁର, ୧୦/୧୨ : ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ର ତୃତୀୟ ସନ୍ଧ୍ୟା ଆଜି ଅପୂର୍ବ ଆଲୋକ ଓ ସାଂସ୍କୃତିକ ରଙ୍ଗରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା | ମଞ୍ଚର ଆଲୋକ ସଜ୍ଜା, ପାରମ୍ପରିକ ମନ୍ଦିର ଭଳି ଦୃଶ୍ୟମାନ ଅଳଙ୍କାର ଓ ସଜା ଯାଇଥିବା ସାଂସ୍କୃତିକ ଦୃଶ୍ୟ ସମାଗମକୁ ଅଧିକ ରୂଚିକର କରିଥିଲା। ସନ୍ଧ୍ୟାର ପ୍ରଧାନ ଆକର୍ଷଣ ହେଲା ନେପାଳର ମାରୁନି ନୃତ୍ୟ, ଯାହା ଦର୍ଶକମାନଙ୍କୁ ତାଳ–ଲୟ–ଭାଙ୍ଗିମାର ମାୟାରେ ବିଭୋର କରିଦେଇଥିଲା। ନେପାଳୀ ପାରମ୍ପରିକ ପୋଷାକ, ରଙ୍ଗିନ ଅଳଙ୍କାର ଓ କଳାକାରମାନଙ୍କ ଅଭିନୟ ମଞ୍ଚକୁ ଜୀବନ୍ତ କରିଦେଇଥିଲା।

ଏହା ସହିତ ଆଞ୍ଚଳିକ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ ନୃତ୍ୟ ସମଗ୍ର ମହୋତ୍ସବ ପଡିଆକୁ ମନମୋହକ ପରିବେଶରେ ପରିଣତ କରିଥିଲା | ସୁନିୟୋଜିତ ପ୍ରସ୍ତୁତି, ରଙ୍ଗିନ ପୋଷାକ ଓ ଇନୋସେନ୍ସ ଭରା ପ୍ରଦର୍ଶନ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା।

ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଟିଭି ର ବରିଷ୍ଠ ଉପସ୍ଥାପିକା ତଥା ସାମ୍ବାଦିକା ରୋଜାଲିନ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଆଇନୀଜୀବୀ ସଙ୍ଘ ସଭାପତି ରଂଜିତ ଦାସ, ଫାର୍ମାସିଷ୍ଟ କିଶୋର ଚନ୍ଦ୍ର ରାଉତରାୟ, ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ବ୍ୟଙ୍ଗ କବି ରବୀନ୍ଦ୍ର ରାଉତ, ଯୁବ ସମାଜସେବୀ ଶିଶିର ସାହୁ, ଯୁବ ସମାଜସେବୀ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ |

ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ଚିତ୍ତରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ସମ୍ପାଦକ ଜାୟେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଯୋଜନା କାର୍ଯ୍ୟ ସମ୍ପାଦନ କରିଥିଲେ | ସଭାକାର୍ଯ୍ୟ ଶେଷରେ ବିଭିନ୍ନ କୃତି ପ୍ରତିଯୋଗୀ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା |

ସାରା ସନ୍ଧ୍ୟା ବିଭିନ୍ନ ସାଂସ୍କୃତିରକ କାର୍ଯ୍ୟ ମହୋତ୍ସବକୁ ଅଧିକ ଜନପ୍ରିୟ କରିଦେଇଥିଲା। ଆସନ୍ତାର ସନ୍ଧ୍ୟାରେ ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ଆୟୋଜକମଣ୍ଡଳୀ ସୂଚନା ଦେଇଛନ୍ତି।

Post Views: 48
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In