• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାମ ଲଲାଙ୍କ ହେଲା ମହାଭିଷେକ

by Voice of Victims
January 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
ରାମ ଲଲାଙ୍କ ହେଲା ମହାଭିଷେକ

ନୂଆଦିଲ୍ଲୀ: ରାମଲଲାଙ୍କ ପ୍ରଶର ପ୍ରତିଷ୍ଠାର ଆଜି ହେଉଛି ପ୍ରଥମ ବାର୍ଷିକ ଉତ୍ସବ । ଏଥିଲାଗି ପୁରା ସଜେଇ ହୋଇଛି ଅଯୋଧ୍ୟା। ରାମ ମନ୍ଦିରରେ ଯଜ୍ଞ ହୋମର ଆୟୋଜନ କରାଯାଇଥିବାବେଳେ ମନ୍ଦିରକୁ ୫୦ କ୍ଵିଣ୍ଟାଲ ଫୁଲରେ ସଜ୍ଜା ଯାଇଛି। ସକାଳ ୧୦ଟାରେ ରାମଲଲାଙ୍କ ଅଭିଷେକ ଏବଂ ପୂଜା କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଜି ସକାଳ ୧୧ଟାରେ ସିଏମ୍ ଯୋଗୀ ଆଦିତ୍ୟ ନାଥ ରାମଲଲାଙ୍କ ମନ୍ଦିରରେ ପହଞ୍ଚିଥିଲେ। ପ୍ରାୟ ଦୁଇ ହଜାର ସାଧୁ ସନ୍ଥ ବିଭିନ୍ନ ସ୍ଥାନରୁ ଆସି ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି। ୧୨ ଟା୨୦ରେ ମହା ଆଳତୀ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି।  ଶ୍ରଦ୍ଧାଳୁଙ୍କ ଲକ୍ଷାଧିକ ଭିଡକୁ ଦୃଷ୍ଟି ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେପଟେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ବର୍ଷେ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଶୁଭ କାମନା ଜଣାଇଛନ୍ତି। ଏବଂ କହିଛନ୍ତି ଏହି ଦିବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ସିଦ୍ଧ କରିବାକୁ ପ୍ରେରଣା ହେବ। ଏହା ଭାରତର ଦୃଷ୍ଟି , ଦର୍ଶନ ଓ ଦିଗ୍‌ ଦର୍ଶନର ମନ୍ଦିର। ରାମଙ୍କ ରୂପରେ ରାଷ୍ଟ୍ର ଚେତନାର ମନ୍ଦିର। ଏହି ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସାକ୍ଷୀ ହେବ। ୨୦୨୪ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ନିର୍ବାଣ ହୋଇଥିଲା। କିନ୍ତୁ ତିଥି ଅନୁସାରେ ଜାନୁଆରୀ ୧୧ ଅର୍ଥାତ୍ ଆଜିର ଦିନରେ ବର୍ଷ ପୂର୍ତ୍ତି ହେଉଥିବାରୁ ଭବ୍ୟ ଆୟୋଜନ କରାଯାଇଛି।

Post Views: 133
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In