• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଳଭଦ୍ରପୁରରେ ରାମନବମୀ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ

by Voice of Victims
March 29, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର
ବଳଭଦ୍ରପୁରରେ ରାମନବମୀ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ

ବଳଭଦ୍ରପୁର, ତା ୨୭ ମାର୍ଚ୍ଚ ୨୦୨୬: ବଳଭଦ୍ରପୁର ଗ୍ରାମ୍ୟ ଉନ୍ନୟନ କମିଟିଙ୍କ ଆୟୋଜନରେ ପବିତ୍ର ରାମନବମୀ ଉତ୍ସବ ଭକ୍ତିମୟ ପରିବେଶରେ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ବଳଭଦ୍ରପୁର ଗ୍ରାମକୁ ଆଲୋକ ସଜ୍ଜା ଓ ଡେକୋରେସନ୍‌ ଦ୍ୱାରା ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମଟି ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ୧୦ଟି ସଂକୀର୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରଥମେ ବଳଭଦ୍ରପୁର ଯୁବକ ସଂଘ ଗୃହ ପାଖରେ ସମସ୍ତେ ଏକତ୍ରିତ ହୋଇ ଏକ ଭବ୍ୟ ଶୋଭାଯାତ୍ରାର ଆରମ୍ଭ କରିଥିଲେ। ମୃଦଙ୍ଗ ଓ ଝାଞ୍ଜର ମନୋମୁଗ୍ଧକର ଧ୍ୱନିରେ ସମଗ୍ର ଗ୍ରାମ ଭକ୍ତିରେ ମୁଗ୍ଧ ହୋଇଯାଇଥିଲା।

ଶୋଭାଯାତ୍ରାରେ ଲଉଡ଼ି ବାଡ଼ି ନାଚ ଏବଂ ଛୋଟ ପିଲାମାନେ ଭଗବାନ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଙ୍କ ବେଶଭୂଷା ପରିଧାନ କରି ଗ୍ରାମ ପରିକ୍ରମା କରିଥିଲେ। ପରେ ସମସ୍ତେ ରାମେଶ୍ୱର ମନ୍ଦିରରେ ପହଞ୍ଚି ୨୨ ଦିଗଭାଗ ସଂକୀର୍ତନ ମଣ୍ଡଳୀର ସର୍ବାଧିକାରୀଙ୍କ ନେତୃତ୍ୱରେ କୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବଳଭଦ୍ରପୁର ଗ୍ରାମର ଅଧିକାରୀ ନିରାକାର ପ୍ରସାଦ ଜେନା, ମହନ୍ତ ନୀଳକଣ୍ଠ ମହାନ୍ତି, କଟୁଆଳ ବିଷ୍ଣୁ ରାଉଳ, କୋଷାଧକ୍ଷ ଅମରେନ୍ଦ୍ର ରାଉତ, ଯୁବକ ସଂଘର ସଭାପତି ପ୍ରସନ୍ନ କୁମାର ରାଉତ, ଉପସଭାପତି ନାରାୟଣ ଚନ୍ଦ୍ର ଲେଙ୍କା ଓ ନୀତେଶ ସାହୁ, ସମ୍ପାଦକ ପ୍ରଦୀପ୍ତ ରାଉତ, ସହ-ସମ୍ପାଦକ ରାଧେଶ୍ୟାମ ଜେନା ଓ ଦିବାକର ଲେଙ୍କା ଉପସ୍ଥିତ ଥିଲେ। ବଳଭଦ୍ରପୁର ସଂକୀର୍ତନ ମଣ୍ଡଳୀର ସମସ୍ତ କର୍ମକର୍ତ୍ତାଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ଶାନ୍ତି ଓ ଶୃଙ୍ଖଳାର ସହିତ ସଫଳତାର ସହ ସମାପନ ହୋଇଥିଲା।

Post Views: 45
Share201Tweet126Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In