• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ତୃତୀୟ ସନ୍ଧ୍ୟା: ସ୍ୱାଧୀନତା ସଂଗ୍ରାମର ଗାଥାକୁ ମନେ ପକାଇଲା ପାଇକ ଆଖଡ଼ା

by Voice of Victims
January 7, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ତୃତୀୟ ସନ୍ଧ୍ୟା: ସ୍ୱାଧୀନତା ସଂଗ୍ରାମର ଗାଥାକୁ ମନେ ପକାଇଲା ପାଇକ ଆଖଡ଼ା

ରଣପୁର (ଭିଓଭି) : ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଜାତି, ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ କୋରେଇର ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ଓଡିଶା ଟାଟା ହକିର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ୍, ନୟାଗଡ ଡିଆରଡ଼ିଏର ପିଡି ଦେବଦତ୍ତ ପଣ୍ଡା, ନୟାଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ପଟ୍ଟନାୟକ ପ୍ରମୂଖ ମଞ୍ଚାସିନ ଥିଲେ। ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଅତିଥି ତଥା ଅଭିନେତା ଆକାଶ ଦାଶ ନାୟକ କିଛି ଚଳଚିତ୍ରର ସଂଳାପ ଓ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଉଲ୍ଲସିତ କରିଥିଲେ। ସଭା ଶେଷରେ ଚଳିତ ବର୍ଷ ଓ.ଏ.ଏସ. ପାଇଥିବା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ରଣାଙ୍କ ସୁପୁତ୍ର ହର ପ୍ରସାଦ ମହାପାତ୍ରଙ୍କ ସହିତ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସନ୍ତୋଷ କୁମାର ସାହୁ, ରଥ ନିର୍ମାଣ କାରିଗର କବିରାଜ ମହାରଣା ଓ ଜଣେ ଦିବ୍ୟାଙ୍ଗ ହୋଇ ଶିକ୍ଷକତା କରୁଥିବା ସୁଉଚ୍ଚ ମଣିନାଗ ପାହାଡ଼ ନିର୍ମାଣ ସମୟରେ ତଳୁ ପାହାଡ଼ ଉପରକୁ ପାଣି ନେଇ ମନ୍ଦିର ନିର୍ମାଣରେ ସହଯୋଗ କରିଥିଲେ, ଏଥି ପାଇଁ ତାଙ୍କୁ ମଧ୍ୟ ମହୋତ୍ସବରେ ସମ୍ମାନିତ କରିଯାଇଛି। ହଜାର ହଜାର ଦର୍ଶକ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ।

ବରୁଣେଇ ପାଇକ ଆଖଡ଼ା, ଓଡିଶା ସରକାରଙ୍କ ସମ୍ବଲପୁରୀ ନୃତ୍ୟ, ଜିଲ୍ଲା ସଂସ୍କୃତି ବିଭାଗର ପାଲା, ଭାରତ ସରକାରଙ୍କ ଆସାମର ବିହୁ ଓ ପୁରୁଲିଆ ଛଉ ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ଅପରାହ୍ନରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା । ଏହା ପରେ ବିଭିନ୍ନ ବିଦ୍ୟାଳୟର ତଥା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୁଗ୍ଧ କରିଥିଲା । ମହୋତ୍ସବ ଅବସରରେ ପଡ଼ିଥିବା ଦୋକାନ ବଜାରରେ ତୃତୀୟ ସନ୍ଧ୍ୟାରେ ପୂର୍ବ ଦୁଇ ଦିନ ଅପେକ୍ଷା ଅଧିକ ଭିଡ଼ ଜମି ଥିବା ଦେଖିବାକୁ ମିଳିଥିଲା । ଯୁବ ବାଳୁକା ଶିଳ୍ପୀ ପ୍ରିୟବ୍ରତ ଗୁରୁ ବାଳୁକା କଳା ମାଧ୍ୟମରେ ମଣିନାଗ ପାହାଡ଼ ସହିତ ମଣିନାଗ ମନ୍ଦିର ଓ ଜଗନ୍ନାଥଙ୍କ ନବକଳେବର ଆଦି ପ୍ରଦର୍ଶନ କରି ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି।

Post Views: 137
Share213Tweet133Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In