• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ମହୋତ୍ସବ ଅର୍ଜୁନ ଉଦ୍‌ଘାଟିତ

by Voice of Victims
January 6, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ରଣପୁର ମହୋତ୍ସବ ଅର୍ଜୁନ ଉଦ୍‌ଘାଟିତ

ରଣପୁର(ଭିଓଭି): ରଣପୁର ଅଂଚଳର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜୀବିତ୍ ରଖିବା ଉଦ୍ଦେଶ୍ୟରେ ଆଜି ରଣପୁର ମହୋତ୍ସବ ଅର୍ଜୁନ୍‌-୨୦୨୪ ଉଦ୍‌ଘାଟିତ ହୋଇ ଯାଇଛି । ୧୯୩୯ ମସିହାରେ ଏହି ରକ୍ତ ରଞ୍ଜିତ ରଣପୁର ମାଟିରେ ବ୍ରିଟିଶ୍ ସରକାର ପଲିଟିକାଲ ଏଜେଂଟ ବେଜେଲଗେଟ୍‌କୁ ବାଉଁଶ ଠେଙ୍ଗାରେ ମାରି ହତ୍ୟା କରାଯାଇଥିଲା । ସେହିଭଳି ବେଜେଲଗେଟ୍ ଗୁଳିରେ ମୟୁରଝାଲିଆର ଅର୍ଜୁନ୍ ରାଉତ୍ ଶହୀଦ୍ ହୋଇଥିଲେ । ଏହି କଥାକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ପାଳିତ ହୋଇଆସୁଛି ।


ଶହୀଦ ଅର୍ଜୁନ ରାଉତ୍‌ଙ୍କ ବଳିଦାନ ଦିବସକୁ ମନେ ପକାଇ ରଣପୁର ଏନ୍‌.ଏ.ସି. ସ୍ଥିତ ବାଘ ସାମନ୍ତ ପଡିଆ ଠାରେ ଆଜି ସଂନ୍ଧ୍ୟାରେ ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ଉଦଘାଟିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳୁ ପ୍ରଭାତଫେରୀ, ପୁର୍ବାହ୍ନରେ ଶହୀଦ ମଣ୍ଡପ ଠାରୁ ମହୋତ୍ସବ ପରିସର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା , ଅପରାହ୍ନରେ ମଂଚପୂଜା କରାଯାଇଥିଲା । ସେହିପରି ଶହୀଦ ଅର୍ଜୁନ ରାଉତ୍‌, ରଘୁନାଥ ମହାନ୍ତି, ଦିବାକର ପରିଡାଙ୍କ ଜନ୍ମ ସ୍ଥାନରୁ ବିଭିନ୍ନ ଅଂଚଳରୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଜ୍ୟୋତି ଆଣି ସ୍ଥାନୀୟ ପଚୁଦୋଳ ପଡିଆ ଠାରେ ପହଂଚି ଥିଲେ । ସେଠାରୁ ସଂକୀର୍ତନ ମଣ୍ଡଳୀ ଏକ ଶୋଭା ଯାତ୍ରାରେ ଆଣି ମହୋତ୍ସବ ସ୍ଥଳ ଠାରେ ପହଂଚି ଥିଲେ । ସଂନ୍ଧ୍ୟା କାର୍ଯ୍ୟକ୍ରମରେ ମହୋତ୍ସବ ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ମୂଖ୍ୟ ବକ୍ତା ଭାବେ ଅଧ୍ୟାପିକା ତଥା କବୟତ୍ରୀ ପ୍ରତିଭା ମହାରଥି, ସମ୍ମାନୀତ ଅତିଥି ଭାବେ ଶରଣକୁୂଳ ଏସ୍‌.ଡି.ପି.ଓ. ସୁଧାକର ସାହୁ, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ଜିଲ୍ଲା ପରିଷଦ ରଜନୀରାଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୂଖ୍ୟ ବକ୍ତା ଅଧ୍ୟାପିକା ପ୍ରତିଭା ମହାରଥିଙ୍କ ରଣପୁର ଉପରେ ସାରଗର୍ଭକ ଅଭିଭାଷଣ ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ଇଂରେଜ ଭରତରେ ଶାସନ କରି ଅରାଜକତା ଚଳାଇଥିବା ବେଳେ ଲୋକମାନଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲା । ଏହି ଇଂରେଜ ପଲିଟିକାଲ ଏଜେଂଟ ବେଜେଲଗେଟ ଗୁଳିର ଜାବବ ବାଉଁଶ ଠେଙ୍ଗାରେ ଦେଇଥିଲେ । ଏହି ଠେଙ୍ଗା ଏବେ ବ୍ରିଟିଶ ମ୍ୟୁଜିୟମରେ ଶୋଭା ପାଉଛି ବୋଲି ମତ ଦେଇଥିଲେ । ସେହିଭଳି ପୁରୀ ରଣପୁର ସମ୍ପର୍କ ଉପରେ ମତ ଶ୍ରୋତାଙ୍କୁ ବାନ୍ଧି ରଖୀଥିଲା । ସଭା ଶେଷ ହେବା ପରେ ଜୟଶ୍ରୀ ଧଳଙ୍କ ସଙ୍ଗୀତରେ ଝୁମି ଥିଲେ ଦର୍ଶକ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡିଶୀ ନୃତ୍ୟ, ଦଶ ଅବତାର, ଫାୟାର ଆକଟ୍ ସହିତ ସୁର ଭାଇବ୍ରେସନ ମେଲୋଡି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୋକାନ ବଜାରକୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ବୁଲି କିଣାକିଣି କରିଥିଲେ । ଜାତୀୟ ସ୍ତରରେ ହକି ଅମ୍ପାୟାରିଙ୍ଗ କରୁଥିବା ଗୌତମ ନାୟକ ଓ ରାଜେଶ ବାରିକଙ୍କୁ ମଂଚରେ ଅତିଥିମାନେ ସମ୍ମାନୀତ କରିଥିଲେ । ଅପରାହ୍ଣରେ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ମହୋତ୍ସବ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଚାଲିବ ବୋଲି ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ନିୟୋଜିତ କରାଯାଇଥିବା ବେଳେ ଦମକଳ ବାହିନୀ , ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାପାତ୍ର ମଂଚ ପରିଚାଳନା କରିଥିଲେ ।

Post Views: 46
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In