• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ, ସଂସ୍କୃତି, ସଙ୍ଗୀତ ଓ ହାସ୍ୟରେ ମନୋରଞ୍ଜିତ ହେଲେ ହଜାର ହଜାର ଦର୍ଶକରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ, ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମହୋତ୍ସବ ମଞ୍ଚ

by Voice of Victims
January 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ, ସଂସ୍କୃତି, ସଙ୍ଗୀତ ଓ ହାସ୍ୟରେ ମନୋରଞ୍ଜିତ ହେଲେ ହଜାର ହଜାର ଦର୍ଶକରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ, ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମହୋତ୍ସବ ମଞ୍ଚ

ରଣପୁର, ୦୯/୦୧ : ସଂସ୍କୃତି, କଳା ଓ ସୃଜନଶୀଳତାର ମହାମିଳନ ଭାବେ ପରିଚିତ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଆଜି ଭବ୍ୟ ଓ ଆନନ୍ଦମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି ମହୋତ୍ସବର ମର୍ଯ୍ୟାଦାକୁ ଆହୁରି ବୃଦ୍ଧି କରିଥିଲା |

ଉଦଯାପନୀ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଭାରେ ମସ୍ଚ୍ୟ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତିକ ଉତ୍ସବଗୁଡ଼ିକ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖେ ବୋଲି କହିଥିଲେ। କୋରେଇ ବିଧାୟକ ଆକାଶ ଦାଶ ନାୟକ ମୁଖ୍ୟ ବକ୍ତା ଭାବେ ରଣପୁରର ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇଥିଲେ | ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ସଫଳ କରିବାରେ ଆୟୋଜକମାନଙ୍କ ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ |

ଅପରାହ୍ନରେ ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ଦ୍ୱାରା ପରିଚାଳିତ କୁଇଜ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇ ନିଜ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା ଓ ଅର୍ଜୁନ ରାଉତଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

ସନ୍ଧ୍ୟାବେଳେ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଶେଷକରି ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆରିୟା ଅମ୍ରିତାଙ୍କ ନୃତ୍ୟ ପ୍ରସ୍ତୁତି ଦର୍ଶକଙ୍କ ଠାରୁ ଭରପୁର ତାଳି ଲୁଟିଥିଲା। ହାସ୍ୟର ରଙ୍ଗ ଭରିଦେଇଥିଲେ ଓ-ଟିଭିର ‘ପାଲିଟିକାଲ ସର୍କସ ବୋଲଗଡ଼ ଏକ୍ସପ୍ରେସ’ ଟିମର ବ୍ରଜ ବିହାରୀ ସୁବୁଦ୍ଧି, ସତ୍ୟବ୍ରତ ବାବୁ ଓ ରବି ବାବୁ ଯେଉଁମାନେ ନିଜ କମେଡି ଅଭିନୟରେ ସଭାସ୍ଥଳୀକୁ ହାସ୍ୟରେ ରଞ୍ଜିତ କରିଦେଇଥିଲେ।

ସଭାକାର୍ଯ୍ୟ ପରେ ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ ଓ ତାଙ୍କ ଟିମଙ୍କ ଧମାକାଦାର ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲା | ସମଗ୍ର ମହୋତ୍ସବ ସଫଳ ଓ ସ୍ମରଣୀୟ ହୋଇ ରଣପୁରର ସଂସ୍କୃତିକ ପରିଚୟକୁ ରାଜ୍ୟସ୍ତରରେ ଆହୁରି ଉଜ୍ଜ୍ୱଳ କରିଥିବା ଆୟୋଜକ ଓ ଦର୍ଶକମାନେ ମତ ପ୍ରକାଶ କରିଛନ୍ତି |

Post Views: 53
Share201Tweet126Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In