• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”, ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

by Voice of Victims
January 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”, ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

ରଣପୁର, ୦୬/୦୧ : ରଣପୁର ବାଘ ସାମନ୍ତ ପଡିଆରେ ଆୟୋଜିତ ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ସଂସ୍କୃତି ଓ ସୃଜନଶୀଳତାର ଏକ ଆଲୋକମୟ ଉତ୍ସବରେ ପରିଣତ ହୋଇଥିଲା। ଆଲୋକ, ଧ୍ୱନି ଓ ସଙ୍ଗୀତର ସୁନିୟୋଜିତ ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ଓ ଉତ୍ସାହଭରା ହୋଇଉଠିଥିଲା।

ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ମନୋରମ ଉପସ୍ଥାପନା ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହ ଆମନ୍ତ୍ରିତ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ ଓ ଆକର୍ଷଣୀୟ କରିଥିଲା।ଉଲ୍ଲେଖନୀୟ ଯେ, ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା ଶହୀଦ ରଘୁନାଥ ମହାନ୍ତିଙ୍କ ପବିତ୍ର ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା। ଦର୍ଶକମାନଙ୍କର ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ ଭାବେ ପ୍ରତିବିମ୍ବିତ କରିଥିଲା।

ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ, ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ପ୍ରମୁଖ ଉପସ୍ଥିତ ଥିଲେ।

ସଭାକାର୍ଯ୍ୟ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ସଭା ସଂଚାଳନ କରିଥିଲେ।ସଭାକାର୍ଯ୍ୟ ପରେ କଟକର ସିଂଘମ ଡ୍ୟାନ୍ସ ଏକାଡେମୀ, ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ, ଆରାଧନା ଡ୍ୟାନ୍ସ ଏକାଡେମୀର ମନୋରମ ଗୋଟିପୁଅ ନୃତ୍ୟ ସହ ବରଗଡ଼ର ପ୍ରସିଦ୍ଧ ଦୂଲଦୁଲି ନୃତ୍ୟ ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ମନୋରଞ୍ଜନ କରିଥିଲା।

ଆୟୋଜକ ସମିତିର ସୁଚାରୁ ପରିଚାଳନା, ସୁସଂଗଠିତ ମଞ୍ଚ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା। ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ରଣପୁରର ସାଂସ୍କୃତିକ ପରିଚୟକୁ ରାଜ୍ୟସ୍ତରରେ ଆହୁରି ସୁଦୃଢ଼ କରିଥିବା ମତ ପ୍ରକାଶ ପାଇଛି।

Post Views: 41
Share200Tweet125Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In