• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ

by Voice of Victims
December 7, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗତ ବର୍ଷର ସଫଳତାକୁ ଆଧାର କରି ଆହୁରି ଭବ୍ୟ ହେବ ରଣପୁର ମହୋତ୍ସବ

ରଣପୁର, ୦୭/୧୨ : ରଣପୁରରେ ମହୋତ୍ସବ-୨୦୨୬କୁ ସଫଳ କରିବା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତା କରାଯାଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ପ୍ରତିନିଧି ଓ ସଂସ୍କୃତି ପ୍ରେମୀମାନେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ବିପିନ ବିହାରୀ ପାଢ଼ୀ, ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ରଣପୁର ଏନଏସି ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ବରିଷ୍ଠ ବିଜେପି ନେତା ପରେଶ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା କୋଷାଧକ୍ଷ ପ୍ରଶାନ୍ତ କୁମାର ମିଶ୍ର ସହ ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସାମ୍ବାଦିକ, ଶିକ୍ଷକ, ସମାଜସେବୀ, ଅଗ୍ନିଶମ ବିଭାଗ, ବନ ବିଭାଗ, ବିଦ୍ୟୁତ ବିଭାଗ, ମେଡିକାଲ ବିଭାଗ ଓ ଯୁବ ଗୋଷ୍ଠୀ ପ୍ରତିନିଧିମାନେ ମଧ୍ୟ ବୈଠକରେ ସକ୍ରିୟ ଭାବେ ମତ ପ୍ରକାଶ କରିଥିଲେ।

ବୈଠକରେ ସାମ୍ବାଦିକ ବ୍ରଜ ରଣସିଂହ ରଣପୁରର ରାଜାମାତା ସ୍ୱର୍ଗତ ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ସ୍ମୃତିରେ ମହୋତ୍ସବ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରଖିଥିଲେ, ଯାହାକୁ ସଭାରେ ସ୍ୱାଗତ କରାଯାଇଛି।
ରଣପୁର ଅଞ୍ଚଳର ବିଭିନ୍ନ ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ପ୍ରସ୍ତୁତ କରାଗଲେ ମହୋତ୍ସବକୁ ଆସୁଥିବା ଦର୍ଶକମାନେ ରଣପୁରର ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ ହୋଇ ପାରନ୍ତେ ବୋଲି ଶିକ୍ଷକ ବିରୁପାକ୍ଷ ମହାପାତ୍ର ଓ ସାମାଜିକ କର୍ମୀ ସୁରେଶ ମହାରଣା ମତ ପ୍ରକାଶ କରିଥିଲେ |

ଗତ ବର୍ଷ ମହୋତ୍ସବ ଶାନ୍ତି ଓ ଶୃଙ୍ଖଳା ସହ କାର୍ଯ୍ୟସାଧନ ହୋଇଥିଲା ବୋଲି ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ ଓ ଏବେ ବର୍ଷ ତାହାକୁ ଆହୁରି ସଫଳ ଓ ବ୍ୟବସ୍ଥିତ ଭାବେ କରିବାପାଇଁ ସମସ୍ତେ ଏକତ୍ର ହେବାର ଆହ୍ୱାନ ଦେଇଛନ୍ତି। ରଣପୁର ମହୋତ୍ସବର ପ୍ରସ୍ତୁତିକାର୍ଯ୍ୟ ବ୍ୟାପକ ଉତ୍ସାହ ଓ ସମ୍ମିଳିତ ପ୍ରୟାସର ମାଧ୍ୟମରେ ଆଗକୁ ବଢ଼ୁଛି।

Post Views: 66
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In