• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ଏମ୍ସରେ ବିରଳ ଅସ୍ତ୍ରୋପଚାର, ବିଶ୍ୱରେ ସର୍ବମୋଟ୍ ୪୨ତମ ଘଟଣା: ନାବାଳକ ଠାରୁ ଅଲଗା ହେଲା ପାରାସାଇଟିକ୍ ଟ୍ୱିନ୍‌

by Voice of Victims
February 26, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସ୍ୱାସ୍ଥ୍ୟ
ଦିଲ୍ଲୀ ଏମ୍ସରେ ବିରଳ ଅସ୍ତ୍ରୋପଚାର, ବିଶ୍ୱରେ ସର୍ବମୋଟ୍ ୪୨ତମ ଘଟଣା: ନାବାଳକ ଠାରୁ ଅଲଗା ହେଲା ପାରାସାଇଟିକ୍ ଟ୍ୱିନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରୀ ଟିମ୍ ନିକଟରେ ସଫଳତା ପୂର୍ବକ କରିଥିବା ଏକ ବିରଳତମ ଅସ୍ତ୍ରୋପଚାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ରିପୋର୍ଟ ଅନୁସାରେ ଏକ ୧୭ ବର୍ଷର ନାବାଳକଙ୍କ ଠାରେ ଏହି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଛି। ଦିଲ୍ଳୀ ଏମ୍ସକୁ ଆସିଥିବା ଏହି ୧୭ ବର୍ଷୀୟ ନାବାଳକଙ୍କ ଠାରେ ୪ଟି ଗୋଡ଼ ସୃଷ୍ଟି ହୋଇଥିଲା। ୨ଟି ଗୋଡ଼ ସ୍ୱାଭାବିକ ଥିବାବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ (ନିଷ୍କ୍ରିୟ) ତାଙ୍କ ପେଟରୁ ଝୁଲି ରହିଥିଲା। ଡାକ୍ତରୀ ଶବ୍ଦରେ ଏହାକୁ ପାରାସାଇଟିକ୍ ଟ୍ୱିନ୍ସ ବା ପରଜୀବୀ ଯମଜ ଭାବେ ଅଭିହିତ କରାଯାଉଛି। ଡାକ୍ତରମାନେ ଯେତେବେଳେ ଏହି ନାବାଳକଙ୍କ ଏପ୍ରକାର ଅବସ୍ଥା ଦେଖିଲେ ସେତେବେଳେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରହଣ କରିଥିଲେ। ଧାର୍ଯ୍ୟ ସମୟରେ ଦିଲ୍ଲୀ ଏମ୍ସର ଡାକ୍ତରି ଟିମ୍ ଅସ୍ତ୍ରୋପଚାର ମାଧ୍ୟମରେ ନାବାଳକଙ୍କ ପେଟରୁ ଝୁଲି ରହିଥିବା ଏହି ‘ଦୁଇଟି ଅତିରିକ୍ତ ଗୋଡ’ ବା ପରଜୀବୀ ଯମଜକୁ ତାଙ୍କଠାରୁ ବାହାର କରିବାରେ ସଫଳ ହୋଇଛନ୍ତି। ଏମ୍ସ ଭଳି ହସ୍ପିଟାଲ୍‌ରେ ଏପରି ଅସ୍ତ୍ରୋପଚାର ପ୍ରଥମଥର ପାଇଁ କରାଯାଇଥିବା କୁହାଯାଉଛି। ଦିଲ୍ଲୀ ଏମ୍ସ ସର୍ଜରୀ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ଅସୁରୀ କୃଷ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉତ୍ତରପ୍ରଦେଶର ବାଲିଆ ଅଞ୍ଚଳର ଏହି ୧୭ ବର୍ଷୀୟ ପୀଡ଼ିତ ଜାନୁଆରୀ ମାସର ଶେଷ ସପ୍ତାହରେ ତାଙ୍କ ପେଟରୁ ଦୁଇଟି ଅତିରିକ୍ତ ଗୋଡ଼ ଝୁଲି ରହିଥିବା ଅବସ୍ଥାରେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଏପରି ଅଧିକାଂଶ ମାମଲା କମ୍ ବୟସର ପିଲାମାନଙ୍କ ଠାରେ ହିଁ ଦେଖାଯାଏ, କିନ୍ତୁ ଏହି ରୋଗୀ ୧୭ବର୍ଷ ବୟସରେ ଆସିଥିଲେ କାରଣ ତାଙ୍କୁ ପୂର୍ବରୁ କୌଣସି ସ୍ଥାନରେ ଉପଯୁକ୍ତ ଚିକିତ୍ସା ମିଳିନଥିଲା। ଏହା ଦିଲ୍ଲୀ ଏମ୍ସ ପାଇଁ ଏକ କଷ୍ଟକର ମାମଲା ଥିଲା, ତେଣୁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ଏଥିରେ ସାମିଲ ହେବାକୁ ପଡିଥିଲା। ତେବେ ଗତ ୮ ତାରିଖରେ ଦୀର୍ଘ ୨ଘଣ୍ଟା ଧରି ଅସ୍ତ୍ରୋପଚାର କରାଯିବା ପରେ ସଫଳତା ମିଳିଥିଲା ଏବଂ ଅସ୍ୱାଭାବିକ ଭାବେ ବଢ଼ିଥିବା ଅଙ୍ଗଦୁଇଟିକୁ କାଟି ବାହାର କରାଯାଇଥିଲା। ପରେ ତାଙ୍କୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା ଯାହାଦ୍ୱାରା ତାଙ୍କୁ ନିରୀକ୍ଷଣ କରାଯାଇପାରିବ। ଅସ୍ତ୍ରୋପଚାର ପରେ ଚତୁର୍ଥ ଦିନରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ କହିବାନୁସାରେ ବ୍ୟକ୍ତିବିଶେଷଙ୍କ ଠାରେ ଏପ୍ରକାର ଅସ୍ୱାଭାବିକ ଅଙ୍ଗ ବଢ଼ିବାକୁ ‘ଅସମ୍ପୂର୍ଣ୍ଣ ପରଜୀବୀ ଯମଜ’ କୁହାଯାଏ। ଅସମ୍ପୂର୍ଣ୍ଣ ପରଜୀବୀ ଯମଜ, ଯାହାକୁ ଭେଷ୍ଟିଜିଆଲ୍ ଯମଜ ମଧ୍ୟ କୁହାଯାଏ, ଏକ ବିରଳ ପ୍ରକାରର ସଂଯୋଜିତ ଯମଜ ଯେଉଁଥିରେ ଗୋଟିଏ ଯମଜ ଆଂଶିକ ଭାବରେ ବିକଶିତ ହୋଇଥାଏ ଏବଂ ଅନ୍ୟଟି ଉପରେ ନିର୍ଭରଶୀଳ ହୋଇଥାଏ। ତେବେ ଅସମ୍ପୂର୍ଣ୍ଣ ଯମଜ ଅଙ୍ଗ ଥିବା ଶିଶୁ ସ୍ୱାଭାବିକ ଭାବେ ଗର୍ଭରେ ହିଁ ମରିଯାଏ। ସାରା ବିଶ୍ୱରେ ଏପର୍ଯ୍ୟନ୍ତ କେବଳ ୪୧ଟି ଏପରି ମାମଲା ରିପୋର୍ଟ ହୋଇଥିଲା, କିନ୍ତୁ ଦିଲ୍ଲୀ ଏମ୍ସ ଘଟଣା ପରେ ଏହା ୪୨କୁ ବୃଦ୍ଧି ପାଇଛି।

Post Views: 52
Tags: Rare surgery at Delhi AIIMS
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In