• About Us
  • Contact Us
Friday, February 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଥଯାତ୍ରା ଅଘଟଣ : ମନ୍ତ୍ରୀ ମାନିଲେ ଅବହେଳା

by Voice of Victims
June 29, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଥଯାତ୍ରା ଅଘଟଣ : ମନ୍ତ୍ରୀ ମାନିଲେ ଅବହେଳା

ପୁରୀ: ପୁରୀ ଶରଧାବାଲି ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଘଟଣା ପରେ ଆଇନମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ  ଏକ୍ସରେ ପୋଷ୍ଟ କରି କହିଛନ୍ତି ଏହି ଘଟଣା ପରେ ମୁଁ ଅତ୍ୟନ୍ତ ମର୍ମାହତ ମହାପ୍ରଭୁ ନିକଟରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗକୁ ସମବେଦନା ଜଣାଉଛି । ଏପରି ସମୟରେ ତାଙ୍କ ପରିବାରବର୍ଗକୁ ମହାପ୍ରଭୁ ଅସୀମ ଧର୍ଯ୍ୟ ଦିଅନ୍ତୁ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏଥିସହ ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏଥିସହ ଏହି ଘଟଣାରେ  ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ  ମୁଁ ଓ ମୋ  ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି  ମୋହନ ମାଝୀ ।  ଅବହେଳା  ଅକ୍ଷମଣୀୟ ।  ସୁରକ୍ଷା  ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ ।  

ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏପଟେ  ବିରୋଧି ଦଳର ନେତା ନବୀନ ପଟ୍ଟନାୟକ  ଠେଲାପେଲା  ଘଟଣାର ନିନ୍ଦା କରିବା ସହ ପ୍ରଶାସନର ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି ।

 ସୋସିଆଲ ମିଡିଆ ଏକ୍ସରେ  ପୋଷ୍ଟ କରି ନବୀନ ପୁରୀର ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଜଣ ଭକ୍ତଙ୍କ ପରିବାର ପ୍ରତି  ଗଭୀର ସମବେଦନା ଜଣାଇବା  ସହ  ଏହି ଭୟଙ୍କର ଘଟଣାରେ ଆହତ ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ  ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଭିଡ଼ ଅନିୟନ୍ତ୍ରଣ ପାଇଁ  ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ନବୀନ ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen
  • ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି
  • ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି
  • ୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ : କେଉଁ ବିଭାଗ ପାଇଁ କେତେ, ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ବ
  • ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ସୁଧୁରି ଯାଉ ଇରାନ, ନହେଲେ ଭୟଙ୍କର ପରିଣାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In