• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭିଜିଲାନ୍ସ ଜାଲରେ ଆରଡି ମୁଖ୍ୟଯନ୍ତ୍ରୀ

by Voice of Victims
September 20, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭିଜିଲାନ୍ସ ଜାଲରେ ଆରଡି ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନଭି ହରିହର ରାଓଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ତାଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚ୍‌କେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ୱର ଥିବା ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘର ଓ କେନ୍ଦୁଝର ବଳଦେବଜିଉ କଲୋନୀରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକ କାଳୀନ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି। ମୁଖ୍ୟଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ତା’ ମଧ୍ୟରେ ରହିଛି ୨ଟି କୋଠା, ଗୋଟିଏ ଫ୍ଲାଟ ଓ ୪ଟି ପ୍ଲଟ୍‌। ସେହିପରି ତାଙ୍କର ଦୁଇଟି ବେନାମୀ ଫ୍ଲାଟ ଠାବ କରାଯାଇଛି। ବ୍ୟାଙ୍କରେ ସେ ୧.୧୧ କୋଟି ଟଙ୍କା ଜମା ରଖିଥିବା ବେଳେ ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ସେହିପରି ତାଙ୍କ ଶଳାଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରାଯାଇଛି। ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ୨ଟି କୋଠା ମଧ୍ୟରୁ ଗୋଟିଏ ବ୍ରହ୍ମପୁରର ଭବାନୀପୁରରେ ରହିଛି। ତାହା ୨୧ଶହ ବର୍ଗଫୁଟ ଅଞ୍ଚଳରେ ଥିବା ବେଳେ ଅନ୍ୟ କୋଠାଟି ଭୁବନେଶ୍ୱରର ପାତ୍ରପଡ଼ାରେ ରହିଛି, ଯାହା ୩୦୦୦ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହୋଇଛି। ବ୍ରହ୍ମପୁରର ବୈଦ୍ୟନାଥପୁରର ସ୍ପେକ୍ଟ୍ରମ ଗ୍ରୀନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ଥିି-ବିଏଚ୍‌କେ ଫ୍ଲାଟ ଅଛି। ଏହା ସହିତ ତାଙ୍କର ୨ଟି ବେନାମୀ ଫ୍ଲାଟ ଥିବା ସନ୍ଦେହ କରାଯାଉଛି। ସେଥିରୁ ଗୋଟିଏ ଭୁବନେଶ୍ୱରର ସୁନ୍ଦରପଦାରେ ଓ ଅନ୍ୟଟି ବ୍ରହ୍ମପୁରର ବୈଦ୍ୟନାଥନଗରର ସ୍ୱସ୍ତିକ ଆପାର୍ଟମେଣ୍ଟରେ ରହିଛି। ଭିଜିଲାନ୍ସର ଏହା ମାଲିକ କିଏ, ତାହା ସ୍ପଷ୍ଟ କରିବାକୁ ଯାଞ୍ଚ ଜାରି ରଖିଛି। ଶ୍ରୀ ରାଓଙ୍କର ୪ଟି ପ୍ଲଟ୍ ମଧ୍ୟରୁ ୨ଟି ଭୁବନେଶ୍ୱରରେ ଓ ଗୋଟିଏ ବ୍ରହ୍ମପୁରରେ ଅଛି। ଆଉ ଗୋଟିଏ ଗଞ୍ଜାମ ଜିଲ୍ଲାର ବଡ଼ଗୁମୁଲାରେ ଅଛି। ତାଙ୍କର ସମସ୍ତ କୋଠା, ଫ୍ଲାଟ ଓ ପ୍ଳଟର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍‌। ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ଶାଳକଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଥିଲା। ସେଠାରୁ ଭିଜିଲାନ୍ସକୁ ନଗଦ ୪୬.୪୫ ଲକ୍ଷ ଟଙ୍କା ମିଳିଛି। ଶ୍ରୀ ରାଓଙ୍କ ଶାଳକ ବ୍ରହ୍ମପୁର ଜେଲରେ ଡାକ୍ତର ଅଛନ୍ତି। ଏତେ ପରିମାଣରେ ନଗଦ ଅର୍ଥ କେଉଁଠାରୁ ଆସିଲା, ସେ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଏସ୍‌ବିଆଇର ବ୍ରହ୍ମପୁର ଶାଖାରେ ଶ୍ରୀ ରାଓଙ୍କ ପତ୍ନୀଙ୍କ ନାମରେ ଏକ ଲକର ଅଛି। ଭିଜିଲାନ୍ସ ପକ୍ଷରୁ ଏଯାଏଁ ଉକ୍ତ ଲକରକୁ ଖୋଲା ଯାଇନି। ତାଙ୍କର ଅନ୍ୟାନ୍ୟ ଜମା, ନିବେଶ ଓ ସଂପତ୍ତି ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି।

Post Views: 29
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In