• About Us
  • Contact Us
Tuesday, February 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ

by Voice of Victims
February 24, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ କୁଣ୍ଡଳୀ ମେଳକ ହେଉନାହିଁ କହି ବିବାହ ପାଇଁ ମନା କରିବା ଏକ ଅପରାଧ । ଶାରୀରିକ ସମ୍ପର୍କ ପରେ ଓଲଟିଲେ ହେବ ଜେଲ୍ । କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଣେ ଯୁବକ ଏବଂ ଯୁବତୀ ଦୀର୍ଘ ବର୍ଷ ଧରି ପରସ୍ପରକୁ ଜାଣିଥିଲେ । ଯୁବକଜଣକ ବାରମ୍ବାର ତୁମକୁ ହିଁ ବିବାହ କରିବି” ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ସେ କହିଥିଲେ ଯେ, “ଆମ ଦୁହିଁଙ୍କ କୁଣ୍ଡଳୀ ପୂରା ମେଳ ଖାଉଛି, କିଛି ଅସୁବିଧା ନାହିଁ । ଯୁବକଙ୍କ କଥାକୁ ବିଶ୍ୱାସ କରି ଯୁବତୀଜଣକ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ବିବାହ ସମୟ ଆସିଲା, ଯୁବକ ଜଣକ ହଠାତ୍ କହିଲେ, ଆମ କୁଣ୍ଡଳୀ ମେଳ ହେଉନାହିଁ । ମୋ ପରିବାର ଜ୍ୟୋତିଷ ଶାସ୍ତ୍ରକୁ ବହୁତ ମାନନ୍ତି, ତେଣୁ ମୁଁ ତୁମକୁ ବିବାହ କରିପାରିବି ନାହିଁ । ନିଜକୁ ପ୍ରତାରିତ ମନେକରି ଯୁବତୀଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ଦିଲ୍ଲୀ ହାଇକୋର୍ଟ ଉଭୟଙ୍କ ପୁରୁଣା ମେସେଜ୍ ଓ ଚାଟ୍ ଯାଞ୍ଚ କରିବା ପରେ ଦେଖିଲେ ଯେ, ଯୁବକ ଜଣକ ପୂର୍ବରୁ କୁଣ୍ଡଳୀ ଠିକ୍ ଅଛି ବୋଲି କହିଥିଲେ । ଏହା ଶୁଣି ବିଚାରପତି କହିଲେ, ଯଦି କୁଣ୍ଡଳୀ ମେଳକ ଆପଣଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଆପଣ ଏହା ଯାଞ୍ଚ କରି ମନା କଲେ ନାହିଁ କାହିଁକି ? ଏତେ ବର୍ଷ ପରେ ‘କୁଣ୍ଡଳୀ ମେଳ ହେଉନି’ କହିବା କେବଳ ଦାୟିତ୍ୱରୁ ଖସିଯିବା ପାଇଁ ଏକ ମିଛ ବାହାନା ଭଳି ମନେହେଉଛି । କୋର୍ଟଙ୍କ କହିବା ଅନୁସାରେ, ଏହା ନୂତନ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନ୍ତର୍ଗତ ଏକ ଅପରାଧ । ଏହି ନିୟମ ଅନୁସାରେ, ଯଦି କେହି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ କିମ୍ବା ଛଳନା କରି କାହା ସହ ଶାରୀରିକ ସମ୍ପର୍କ ରଖିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ।

ଏହି ଆଧାରରେ କୋର୍ଟ ସେହି ଯୁବକଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ସାଧାରଣ ବିବାହ କ୍ଷେତ୍ରରେ କୁଣ୍ଡଳୀ ମେଳକ ନ ହେବା ଏକ ଅଲଗା କଥା । କିନ୍ତୁ ଯଦି କେହି ଏହାକୁ ଅସ୍ତ୍ର କରି କାହାର ବିଶ୍ୱାସ ଭାଙ୍ଗନ୍ତି ଏବଂ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦିଅନ୍ତି, ତେବେ ଆଇନ ଏହାକୁ ଅପରାଧ ବୋଲି ବିଚାର କରିବ ।

Post Views: 16
Share1Tweet1Send
Voice of Victims

Voice of Victims

Recent Posts

  • ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ
  • ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ
  • ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ମାଟି ଖୋଳୁ ଖୋଳୁ ବାହାରିଲେ ଶିବ ଲିଙ୍ଗ
  • ଭୁବନେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ: ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In