• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

by Voice of Victims
January 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ ବନ୍ଦ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା ଲାଗିଛି  । NH ଉପରେ ଦିନକୁ ୩ଥର କରାଯିବା ପାଣି ସିଞ୍ଚନ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ । କଟକଣାକୁ ବଳବତ୍ତର ରଖିବାକୁ ପୋଲିସ, RTOକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ଭୁବନେଶ୍ୱର ଓ କଟକରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର କଡ଼ା ନିଷ୍ପତ୍ତି ନେଇଛନ୍ତି। ଟ୍ୱିନ୍ ସିଟିରେ ‘ପ୍ରଦୂଷଣ’ ରୋକିବାକୁ ସରକାରଙ୍କ ବଡ଼ ଆକ୍ସନ। ସନ୍ଧ୍ୟା ପରେ କନଷ୍ଟ୍ରକସନ ମନା। ନିୟମ ଭାଙ୍ଗିଲେ ହେବ ଜରିମାନା। ଟ୍ୱିନ୍ ସିଟିରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେଉଥିବାରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଜରୁରୀକାଳୀନ କଟକଣା ଘୋଷଣା କରିଛନ୍ତି । ଏହି ନିୟମଗୁଡ଼ିକ ତୁରନ୍ତ ଲାଗୁ ହେବ ।  ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜଧାନୀ ଓ କଟକରେ ଧୂଳିର ପରିମାଣ କମାଇବା ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ । ଏପରିକି ମହାନଗର ଅଞ୍ଚଳରେ ଥିବା ପୁରୁଣା ଘର ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।

ଧୂଳି କମାଇବାକୁ ଜାତୀୟ ରାଜପଥ ଏବଂ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଧୂଳି ଉଡ଼ିବାକୁ ରୋକିବା ପାଇଁ ଦିନକୁ ଅତିକମରେ ୩ ଥର ପାଣି ସିଞ୍ଚନ କରାଯିବ ।  ଏଥିପାଇଁ ସ୍ୱତନ୍ତ୍ର ଟ୍ୟାଙ୍କର ନିୟୋଜିତ କରିବାକୁ ବିଏମସି ଓ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।  ରାସ୍ତାକଡ଼ରେ ଜାଳେଣି ଓ ଅଳିଆ ପୋଡ଼ିବା ମନା ।  ରାସ୍ତାକଡ଼ ଢ଼ାବା କିମ୍ବା ହୋଟେଲଗୁଡ଼ିକରେ କୋଇଲା କିମ୍ବା କାଠ ଜାଳି ରନ୍ଧିବା ଉପରେ କଟକଣା ଲାଗିଛି ।

ସେହିପରି ବାହାରେ ଅଳିଆ-ଆବର୍ଜନା ପୋଡ଼ିଲେ କିମ୍ବା ଟାୟାର ଜାଳିଲେ ଭାରୀ ଜରିମାନା ଦେବାକୁ ପଡ଼ିବ ।   ଯାନବାହନ ଚଳାଚଳ ଉପରେ ଲାଗିଛି କଟକଣା ।  ସହର ମଧ୍ୟରେ ଟ୍ରକ ଏବଂ ଭାରୀ ଯାନ ଚଳାଚଳକୁ ସୀମିତ କରାଯାଇଛି ।  ରାତି ସମୟରେ ମଧ୍ୟ ଏହି ଯାନଗୁଡ଼ିକର ଚଳାଚଳ ଉପରେ ପୋଲିସ ନଜର ରଖିବ ।  ପରିବହନ ବିଭାଗ ଗାଡ଼ିର ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କରିବାକୁ କୁହାଯାଇଛି । ପୋଲିସ ଓ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  କମିଶନରେଟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଏହି ନିୟମ ବଳବତ୍ତର ରଖିବାକୁ ଦାୟିତ୍ୱ ଦିଆଯାଇଛି ।  ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଠିକାଦାର କିମ୍ବା ବ୍ୟକ୍ତି ବିଶେଷ ନିୟମ ମାନିବେ ନାହିଁ, ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା କରାଯିବ ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In