• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଧାନସଭାରେ ରେଭେନ୍ସା ତାତି : ବିଜେଡି-ବିଜେପି ବିଧାୟକ ମୁହାଁମୁହିଁ

by Voice of Victims
September 6, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ରେଭେନ୍ସା ତାତି : ବିଜେଡି-ବିଜେପି ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର : ବିଧାନସଭାରେ ଆଜି ମଧ୍ୟ ରେଭେନ୍ସା ତାତି ଦେଖିବାକୁ ମିଳିଥିଲା। ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକ ନାରାବାଜି ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଉପରୁ ଆର୍ମସ ଆକ୍ଟ ହଟାଇବାକୁ ଦାବି କରିଥିଲେ। ‘ସେଭ୍ ରେଭେନ୍ସା’ ନାଁରେ ମଶାଲ ରାଲି ବେଳେ ବିଜେଡି ନେତା ବ୍ୟୋମକେଶ ରାୟ, ଲେନିନ ମହାନ୍ତି ଏବଂ ଏକ୍ରାମ ଖାନଙ୍କ ନାଁରେ ମାଲ୍‌ଗୋଦାମ ଥାନାରେ ଏତଲା ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ମାମଲା ପ୍ରତ୍ୟାହାର ଦାବିରେ ଗୃହ ହୁଲୁସ୍ତୁଲ ହୋଇଥିଲା।
ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଲେ ଯେ, ବୁଦ୍ଧିଜୀବୀଙ୍କ ମଶାଲ ଶୋଭାଯାତ୍ରାରେ ସାମିଲ ହେବାରୁ ବିଜେପି ପ୍ରତିଶୋଧ ପରାୟଣ ସାଜିଛି। ଅସହିଷ୍ଣୁ ହୋଇ ପୁଲିସକୁ ବ୍ୟବହାର କରି ଆର୍ମସ ଆକ୍ଟରେ ଏତଲା ହୋଇଛି। ଗଣତାନ୍ତ୍ରିକ ଶୋଭାଯାତ୍ରାରେ ବିଧାୟକ ଭାବେ ସାମିଲ ହେବା କ’ଣ ଭୁଲ ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି। ଇଡି ଓ ସିବିଆଇକୁ ଲଗାଇ ବିରୋଧୀଙ୍କ ପ୍ରତି ବିଜେପି ସରକାର ଦାଉ ସାଧୁଛି। ରେଭେନ୍ସା ନାମକରଣ ପରିବର୍ତ୍ତନ ବିତର୍କ ଆଲୋଚନାରେ ଓ ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ରମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ସେଥିରେ ଭାଗ ନେଇଥିଲି। କିନ୍ତୁ ମୋ ନାଁରେ ମାମଲା ରୁଜୁ ହେଲା କି ମୁଁ ବନ୍ଧୁକ ଧରି ଡରାଉଥିଲି। ତେଣୁ ମୋତେ ସୁରକ୍ଷା ଦିଆଯାଉ ବୋଲି ବାଚସ୍ପତିଙ୍କ ନିକଟରେ ବ୍ୟୋମକେଶ ରାୟ ନିବେଦନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ବିଧାୟକ ଶ୍ରୀ ରାୟ ଦାବି କରିଥିଲେ। ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେପି ବିଧାୟକ ଇରାଶିଶ ଆଚାର୍ଯ୍ୟ କହିଛନ୍ତି ଯେ ବିଧାନସଭା ଚାଲିଥିବା ବେଳେ ବ୍ୟୋମକେଶ ରାୟ ତାଙ୍କ ନିର୍ବାଚନ ମଣ୍ଡଳୀ ହୋଇନଥିବା ସତ୍ତ୍ୱେ କାହିଁକି ରେଭେନ୍ସା ଯାଇଥିଲେ? ଏଫଆଇଆର୍ ହୋଇଥିବା ସତ୍ତ୍ୱେ ଚାର୍ଜସିଟ ହୋଇନାହିଁ, ତର୍ଜମା ପରେ ପ୍ରକୃତ କଥା ଜଣାପଡ଼ିବ। ଗୋଟିଏ କାଉଣ୍ଟର ଏଫଆଇଆର୍ ମଧ୍ୟ ହୋଇଛି। ପୂର୍ବରୁ ବିନା ଏଫ୍‌ଆଇଆରରେ ଆନ୍ଦୋଳନ କଲେ ଗିରଫ କରାଯାଉଥିଲା। ରେଭେନ୍ସା ନିଷ୍ଠୁରତାର ପ୍ରମାଣ ଦେଇଛନ୍ତି। ଜଣେ ଗଣ ହତ୍ୟାକାରୀ ରେଭେନ୍ସା। ଯାହାଙ୍କ ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା। ୩୦ ଲକ୍ଷ ଲୋକ ମରିଥିଲେ। ଫକୀରମୋହନ ସେନାପତି ଉଲ୍ଲେଖ କରିଛନ୍ତି ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ରେଭେନ୍ସା ଦାୟୀ। ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ସମୟରେ ୭୦ ଦିନ ଛୁଟିରେ ଯାଇଥିଲେ। ଓଡ଼ିଶାରେ ପର୍ଯ୍ୟାପ୍ତ ଧାନ ଚାଉଳ ମହଜୁଦ ଅଛି ବୋଲି ଭୁଲ ରିପୋର୍ଟ ଦେଇଥିଲେ। ଯେଉଁଥିପାଇଁ ଦୁର୍ଭିକ୍ଷରେ ଲୋକଙ୍କ ମୃତ୍ୟୁ ହେଲା। ମିଛ କଥାକୁ ନେଇ ବିବାଦ କରି ବିଜେଡି ଛାତ୍ର ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି। ରେଭେନ୍ସା କହିଥିଲେ, ଓଡ଼ିଆ ଜାତି ଠକ, ଅଳସୁଆ। ଏଭଳି ଲୋକଙ୍କୁ କେମିତି ଗର୍ବ ବୋଲି କହୁଛି ବିଜେଡି। ବିଜେଡି ଲୋକମାନେ ଏବେ ଯାଏଁ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ କହିଥିଲେ ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି। ବିରୋଧୀ ବିଜେଡି ସଦସ୍ୟଙ୍କର ବୌଦ୍ଧିକ କ୍ଷମତା ନାହିଁ । ଯଦି ଦମ୍ ଅଛି, ବିରୋଧୀ ବିତର୍କକୁ ଆସୁ, ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବ୍ୟୋମକେଶ ରାୟ କହିଥିଲେ। ସେହିପରି ଶୂନ୍ୟକାଳରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା ନିନ୍ଦାଜନକ। ପ୍ରତିହିଂସା ରାଜନୀତି ପୁଣି ମୁଣ୍ଡ ଟେକୁଛି। ମାରଣାସ୍ତ୍ର ଆଇନ୍ ଧାରା ୨୭ ଲଗାଯାଇଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ନିରପେକ୍ଷ ତଦନ୍ତ ହେଉ। ସେ କହିଛନ୍ତି, ଭିନ୍ନ ମତକୁ ଚାପିବାକୁ ଅପଚେଷ୍ଟା କରାଯାଇଛି। ବିଧାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି। ଯିଏ ମିଥ୍ୟା ମକଦ୍ଦମା କରିଛି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଘଟଣାର ନିରପେକ୍ଷ ତଦନ୍ତ ହେଉ। ଏଭଳି ଅଭିସନ୍ଧି ପଛର ରହସ୍ୟକୁ ଉନ୍ମୋଚିତ କରାଯାଉ। ମାମଲା ରୁଜୁ ବେଳେ ଆର୍ମ ଆକ୍ଟ ଲଗାଯାଇଛି। ମାରଣାସ୍ତ୍ର ଧରିଥିଲେ ତ ଏହା ଲାଗିଥାନ୍ତା। ମାଲଗୋଦାମ ଆଇଆଇସି ଉପସ୍ଥିତ ଥିଲେ। କୌଣସି ମାରଣାସ୍ତ୍ର ମିଳିନି। ଶାସକ ଦଳର ପ୍ରରୋଚନାରେ ଏହା ହୋଇଛି। ମିଛ ମାମଲାକୁ ନେଇ ବିଜେଡି ବିଧାୟକମାନେ ଏହାର ପ୍ରତିବାଦ କରିଥିଲେ। ମାମଲା ପ୍ରତ୍ୟାହାର ଦାବି କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିବାରୁ ବାଚସ୍ପତି ଗୃହକୁ କିଛି ସମୟ ପାଇଁ ମୁଲତବୀ ଘୋଷଣା କରିଥିଲେ।

Post Views: 89
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In