• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ତୁରନ୍ତ ମାଗଣା ଚିକିତ୍ସା, ସାରା ଦେଶରେ ଲାଗୁ ହେଲା ନିୟମ

by Voice of Victims
May 6, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ତୁରନ୍ତ ମାଗଣା ଚିକିତ୍ସା, ସାରା ଦେଶରେ ଲାଗୁ ହେଲା ନିୟମ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟବରଣ କରୁଛନ୍ତି । ତେବେ ବର୍ତ୍ତମାନ ଏନେଇ ସରକାର ଏକ ବଢିଆ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ପାଳନ ହେଉଛି ଜାତୀୟ ସୁରକ୍ଷା ମାସ । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଏଣିକି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ମିଳିବ ମାଗଣା ଚିକିତ୍ସା । କେନ୍ଦ୍ର ସରକାର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାର ପାଇଁ ଏକ ବଡ଼ ସହାୟତା ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାର ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରି ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ଏକ କ୍ୟାସଲେସ୍ ଚିକିତ୍ସା ଯୋଜନା ଘୋଷଣା କରିଛନ୍ତି । ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନା ଅଧୀନରେ, ପୀଡିତ ବ୍ୟକ୍ତି ଦୁର୍ଘଟଣା ତାରିଖରୁ ସାତ ଦିନ ପାଇଁ ଯେକୌଣସି ସ୍ବୀକୃତିପ୍ରାପ୍ତ ହସ୍ପିଟାଲରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ପାଇପାରିବେ । ଏହି ଯୋଜନା ୫ ମଇ ୨୦୨୫ ଅର୍ଥାତ ଗତକାଲି ଠାରୁ କାର୍ଯ୍ୟକାରୀ ହୋଇଛି ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, “ଯେକୌଣସି ରାସ୍ତାରେ ମୋଟର ଯାନ ଦ୍ୱାରା ହୋଇଥିବା ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯେକୌଣସି ବ୍ୟକ୍ତି ଏହି ଯୋଜନାର ବ୍ୟବସ୍ଥା ଅନୁଯାୟୀ କ୍ୟାସଲେସ୍ ଚିକିତ୍ସା ପାଇବାକୁ ହକଦାର ହେବେ ।” ଆପଣଙ୍କୁ କ‌ହିରଖୁଛୁ ଯେ ଚଳିତ ବର୍ଷ ଜାନୁଆରୀ ମାସରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭାରତରେ ବଢୁଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ଘୋଷଣା କରିଥିଲେ ଯେ ସରକାର ଖୁବ୍ ଶୀଘ୍ର ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ଏପରି ଏକ ଯୋଜନା ଆଣିବାକୁ ବିଚାର କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ରାଜ୍ୟ ପୋଲିସ, ହସ୍ପିଟାଲ ଏବଂ ରାଜ୍ୟ ସ୍ବାସ୍ଥ୍ୟ ସଂସ୍ଥା ସହିତ ମିଳିତ ଭାବରେ କାର୍ଯ୍ୟ କରିବ । ଆପଣଙ୍କୁ କହିରଖୁଛୁ ଯେ ପ୍ରତିବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି । ଯେତେବେଳେ ପ୍ରାୟ ୪ ଲକ୍ଷ ଲୋକ ଗୁରୁତର ଆହତ ହୁଅନ୍ତି । ଏକ ରିପୋର୍ଟ ଅନୁଯାୟୀ, ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଦୁଇଚକିଆ ଯାନ ଚାଳକ ଏବଂ ପଦଯାତ୍ରୀ । ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

Post Views: 109
Share200Tweet125Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In