ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । AAIB ପକ୍ଷରୁ ହୋଇଥିବା ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ଫୁଏଲ ସପ୍ଲାଇ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଏଲ୍ ପ୍ରେସର କମ୍ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ୩୦ ନଟିକାଲ ମାଇଲ ପୂର୍ବରୁ ଅଏଲ୍ ପ୍ରେସରେ ଅସୁବିଧା ଦେଖାଦେଇଥିଲା। ଇଞ୍ଜିନକୁ ସପ୍ଲାଇ ହୋଇ ପାରିନଥିଲା ତେଲ। ଇଞ୍ଜିନକୁ ସମ୍ପୂର୍ଣ୍ଣ ତେଲ ବନ୍ଦ ହୋଇଯାଇଥିଲା। ବ୍ରାହ୍ମଣୀ ନଦୀ ପଠା ରେ ପ୍ରଥମେ ଲ୍ୟାଣ୍ଡ କରିବାରେ ବିଫଳ ହେବାରୁ ଏହାକୁ ପୁଣି ଉଡାଇ ନେଇ ଖାଲି ପଡ଼ିଆରେ ଲ୍ୟାଣ୍ଡ କରିଥିଲେ ପାଇଲଟ। ଏଥିରେ ଜଣେ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଯାତ୍ରୀ ସହ ପାଇଲଟ ଏବଂ କୋ ପାଇଲଟ ଆହତ ହୋଇଥିଲେ ।
ସୂଚନାଯୋଗ୍ୟ ଗତ ତିନି ମାସ ପୂର୍ବରୁ ରାଉରକେଲା ବିମାନ କ୍ରାସ ଘଟିଥିଲା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ଗତ ୧୦ ତାରିଖରେ ଜଳଦା ନିକଟରେ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଥିଲେ ।
ଫଳରେ ସେମାନଙ୍କ ଉନ୍ନତମାନର ଚିକିତ୍ସା ପାଇଁ ୨ ଗୁରୁତରଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କିନ୍ତୁ ଏହି ଦୁର୍ଘଟଣାର କାରଣର ଜାଣିବାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା ।
