• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲଠାରେ ରହଣି କରିବ ପୁରୀ-ଦୁର୍ଗ ଏକ୍ସପ୍ରେସ

by Voice of Victims
February 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲଠାରେ ରହଣି କରିବ ପୁରୀ-ଦୁର୍ଗ ଏକ୍ସପ୍ରେସ

ଭୁବନେଶ୍ବର: ଏବେ ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ ରହଣି କରିବ। ଏହାସହିତ ପୁରୀ-ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗା ଏବଂ ମୁରିବାହାଲ ଠାରେ ରହଣି କରିବ। ନିମ୍ନରେ ପ୍ରଦତ୍ତ ଦୁଇଟି ଟ୍ରେନର ପରୀକ୍ଷାମୂଳକ ଭାବେ ରହଣି ପାଇଁ ନିଷ୍ପତ୍ତି ନିଆଯାଇଅଛି ଏବଂ ଏହା ଆଧାରରେ ଷ୍ଟେସନଗୁଡିକ ଉଲ୍ଲେଖ କରାଯାଇଛି।
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ। 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 28.02.2024 ରୁ ଏବଂ 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ 29.02.2024 ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ 08ଘ.36ମି.ରେ ପହଞ୍ଚି 08ଘ.38ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବି। ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା 06ଘ.55ମି.ରେ ପହଞ୍ଚି ସନ୍ଧ୍ୟା 06ଘ.57ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 01 ମାର୍ଚ୍ଚ 2024 ଠାରୁ ଏବଂ ଦୁର୍ଗରୁ 2 ମାର୍ଚ୍ଚ 2024 ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନ ମାନଙ୍କରେ ରହଣି କରିବ। ପୁରୀ ଠାରୁ ଛାଡୁଥିବା 18425 ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର 03ଘ.58ମି.ରେ ପହଞ୍ଚି ଭୋର 04 ଘଟିକାରେ ଛାଡିବ। ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର 06ଘ.10ମି.ରେ ପହଞ୍ଚି ଭୋର 06ଘ.12ମି.ରେ ଦୁର୍ଗ ଆଡକୁ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା 08ଘ.25ମି.ରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା 08ଘ.27ମି.ରେ ଛାଡିବ। ଏହି ଟ୍ରେନ୍ ମଧ୍ୟ ରାତ୍ରି 10ଘ.25ମି.ରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି 10ଘ.27ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଉପରୋକ୍ତ ଟ୍ରେନ ମାନଙ୍କ ପାଇଁ ଅନ୍ୟ ସ୍ତ୍ରୀକୃତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Post Views: 36
Tags: Samaleswari Express at Rengali
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In