ଭୁବନେଶ୍ୱର /ଓ଼ଲ୍ଡ ଟାଉନ (ଭିଓଭି): ଶୈଳଜା ନିବାସୀ ସ୍ବର୍ଗତ ଇଂ ଶାରଦା ପ୍ରସାଦ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ସ୍ବର୍ଗତା ଶୈଳବାଳା ମହାପାତ୍ରଙ୍କ ସ୍ମୃତିରେ କଳିଙ୍ଗ ବିହାର ସ୍ଥିତ ସ୍ମୃତିବନରେ ବୃକ୍ଷରୋପଣ ସହିତ ସ୍ମୃତିଫଳକ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ସମୟରେ ଦେଖା ଯାଉଥିବା ଜଳବାୟୁରେ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ତଥା ଚିନ୍ତାର କାରଣ ହୋଇଥିବାରୁ ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କିଭଳି ଭାବରେ ତ୍ୱରାନ୍ୱିତ ହୋଇପାରିବ ସେ ବିଷୟରେ ଆଲୋଚନା କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ସମସ୍ତ ଶୈଳଜା ପରିବାରବର୍ଗ ଉପସ୍ଥିତ ରହିଥିଲେ।
