ସତ୍ୟବାଦୀ (ଭିଓଭି): ୨୩-୦୬-୨୦୨୫, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପସ୍ଥିତିରେ ବିଜେଡି ତରଫରୁ ସାମୁହିକ ଦୀପଦାନ କରାଯାଇଥିଲା। ସତ୍ୟବାଦୀର ଚବିଶିଟି ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ମନ୍ଦିର ଆଗରେ ଦୀପଦାନ କରି ପ୍ରିୟ ନେତାଙ୍କର ଆଶୁ ଆରୋଗ୍ୟ କାମନା ପୂବକ ସାକ୍ଷୀ ଗୋପୀନାଥଙ୍କୁ ପ୍ରାର୍ଥନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ସୁନୀଲ ପଣ୍ଡା, ବ୍ଲକ୍ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ମହିଳା ସଭାପତି ପୁଷ୍ପାଞ୍ଜଳି ବିଶ୍ବାଳ, ଯୁବ ସଭାପତି ଶରତ ରାଉତରାୟ ଓ ଅନେକ ସରପଞ୍ଚ ଓ ସମିତିସଭ୍ୟ ପ୍ରଭୃତି ଉପସ୍ଥିତ ରହିଥିଲେ।
