କଟକ: ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ୧୯୮୬ ବ୍ୟାଚ୍ ତରଫରୁ ଏବର୍ଷ ନିଆରା ଢଙ୍ଗରେ ଦୋଳ ଓ ହୋଲି ଉତ୍ସବ ପାଳନ କରାଯାଇଥିଲା। ଏସ.ବି.ଏଚ.ଏସ-୮୬ ସାହାଯ୍ୟ ନାଁରେ ସରକାରୀ ପଂଜିକୃତ ହୋଇଥିଵା ଏହି ବ୍ୟାଚ୍ ର ସଭ୍ୟ-ସଭ୍ୟାମାନେ ଏବର୍ଷ ନରାଜ ସ୍ଥିତ ସମ୍ପତରାୟ ରୋଟାରି ବୃଦ୍ଧାଶ୍ରମରେ ଦୋଳ ଓ ହୋଲି ଉତ୍ସବର ମଜା ଉଠାଇଥିଲେ। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ଫଗୁ ଓ ଅବିରରେ ହୋଲି ଖେଳିବା ସହିତ ସେମାନଙ୍କୁ କିଛି ଆବଶ୍ୟକୀୟ ଦୈନନ୍ଦିନ ସାମଗ୍ରୀ ଓ ରାସନ ବଣ୍ଟନ କରିଥିଲେ।
ବ୍ୟାଚ୍ ତରଫରୁ ପ୍ରତିବର୍ଷ ହୋଲି ଓ ଦୀପାବଳି ବିଭିନ୍ନ ବୃଦ୍ଧାଶ୍ରମରେ ପାଳନ କରାଯିବା ସହିତ ବୋର୍ଡ ସ୍କୁଲ୍ ରେ ସ୍ଵାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମେଧାବୀ ଛାତ୍ର-ଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ, କ୍ରୀଡା ଉପକରଣ ବଣ୍ଟନ ଇତ୍ୟାଦି ପାଇଁ ନିଷ୍ପତି ନିଆଯାଇଛି ବୋଲି ସମ୍ପାଦକ ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମମତା ମହାନ୍ତି, ମନସ୍ଵିନୀ ମିଶ୍ର, ପାର୍ଥ ପ୍ରତୀମ, ବି.କାନ୍ତାମା, ଅନିନ୍ଦ୍ୟ ସାମଲ, ସୁଜନ କୁମାର ରାୟଚୈାଧୁରୀ, ତ୍ରିବିକ୍ରମ କର ଓ ସରୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।
