• About Us
  • Contact Us
Thursday, April 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ରାଜ୍ୟରେ ଖୋଲିବ ସ୍କୁଲ୍, ଟ୍ୱିନ୍‌ସିଟି ସମେତ ୨ ଜିଲ୍ଲାରେ ସ୍କୁଲ୍ ଛୁଟି

by Voice of Victims
June 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଡାଇରିଆ ସଂକ୍ରମଣ; ଯାଜପୁର ଓ ଭଦ୍ରକରେ ବଢିଲା ସ୍କୁଲ ଛୁଟି

ଭୁବନେଶ୍ୱର : ସରିଲା ଖରାଛୁଟି । ଆଜି ରାଜ୍ୟରେ ଖୋଲିବ ସ୍କୁଲ୍ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି । କ୍ୟାମ୍ପସ୍‌ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ଯୋଗୁଁ ଯାଜପୁର, ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ରହିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆଜି ଟ୍ବିନ୍‌ ସିଟିରେ ସ୍କୁଲ୍ ବନ୍ଦ ରହିବ ।

ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଆଜିଠାରୁ ଖୋଲିବାକୁ ଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକ ସହରରେ ଥିବା ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି । ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ ।

ପିଇବା ପାଣି ଝାଡ଼ାବାନ୍ତିର ପ୍ରମୁଖ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ବ ଦିଆଯାଇଛି। ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପାନୀୟଜଳ ପିଇବେ, ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ। ହଷ୍ଟେଲରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ। ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଛି। ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ସ୍କୁଲ ପରିବେଶ ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିପାରିବେ। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍ଥିତି ବିଗିଡ଼ିଲେ ଜିଲ୍ଲାପାଳ ମାନେ ଶିକ୍ଷାନୁଷ୍ଠାନ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ୨୦ ଘଣ୍ଟା ଧରି କେଦାରନାଥରେ ଲାଗି ରହିଛି ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର
  • ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି, କମିଛି ହତ୍ୟା ଓ ଚୋରି ଭଳି ଅପରାଧ
  • ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ
  • ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?
  • ଆଜିଠୁ କମିବ କାଳବୈଶାଖୀ ପ୍ରଭାବ, ୧୨ରୁ ଗରମ, ଗୁଳୁଗୁଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In