• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ: ସ୍ୱାସ୍ଥ୍ୟମନ୍ତ୍ରୀ

by Voice of Victims
September 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁରଠାରେ ରାଜ୍ୟ ସରକାର ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛନ୍ତି। ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ। ବିଧାନସଭାରେ ଆଜି ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା କହିଛନ୍ତି। ଏହାଛଡ଼ାସେ କହିଛନ୍ତି ଯେ କୋଲକାତାର ଆରଜି କର ମେଡ଼ିକାଲ କଲେଜ ଘଟଣାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟେ ଟାକ୍ସଫୋର୍ସ ଗଠନ କରାଯାଇଛି। ଏହି ଟାକ୍ସଫୋର୍ସ କାମ କରୁଥିବା ଡାକ୍ତରମାନଙ୍କର ସୁରକ୍ଷାକୁ ଦୃଷ୍ଟି ଦେବେ। ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଯାହାକୁ ଦୃଷ୍ଟିରେ ରଖି ସବୁ ମେଡିକାଲ କଲେଜରେ ଗୋଟିଏ ଲେଖାଏଁ ପୁଲିସ ଆଉଟ ପୋଷ୍ଟ ବା ଫାଣ୍ଡି ଖୋଲିବୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ତତ୍କାଳୀନ ନବୀନଙ୍କ ସରକାରକୁ ଟାର୍ଗେଟ କରି ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ବିଜେଡି ସରକାର ସମୟରେ ଜୁଲାଇ ୨୦୨୩ରେ ୧ ଲକ୍ଷ ୧୬ ହଜାର ୪୮ ଜଣ ଚିକିତ୍ସିତ ହୋଇଥିବାବେଳେ ବିଜେପି ସରକାର ସମୟରେ ୧ ଲକ୍ଷ ୬୫ ହଜାର ୧୧୪ ଜଣ ଚିକିତ୍ସିତ ହୋଇଛନ୍ତି। କେବେ ବି ବିଜେପି ସରକାରଙ୍କ ସମୟରେ ରୋଗୀ ହନ୍ତସନ୍ତ ହୋଇ ନାହାନ୍ତି । ବରଂ ଲୋକଙ୍କର ବିଶ୍ୱାସ ବଢ଼ିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାରେ କି ଓଡ଼ିଶା ବାହାରେ ୯୦୦ ହସ୍ପିଟାଲରେ ଲୋକେ ଚିକିତ୍ସା ପାଉଥିଲେ କିନ୍ତୁ ଆମର ଦୁଇ ଯୋଜନା ଦ୍ୱାରା ୨୭୦୦୦ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ସେ କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେବା ଦ୍ୱାରା ଓଡ଼ିଶା ୬୦୦ କୋଟିର ଆର୍ôଥକ ଲାଭ ପାଇବ। ଯାହା ପୂର୍ବ ସରକାରର ଟାଳଟୁଳ ନୀତି କାରଣରୁ ଏହି ଟଙ୍କା ପାଇବାରୁ ଓଡ଼ିଶା ବଞ୍ଚିତ ହେଉଥିଲା। ସେହିପରି ବିଜେପି ସରକାର ସମୟରେ ଯାଜପୁରରେ ମେଡିକାଲ କଲେଜ ଆରମ୍ଭ ହେବାକୁ ଯାଉଛି। ୧୯୬୨ ପରଠୁ ୫୫ ବର୍ଷ ପରେ ୨୦୧୭ରେ ରାଜ୍ୟରେ ନୂଆ ମେଡିକାଲ କଲେଜ ନିର୍ମାଣ ହୋଇଛି। ଆଉ ୨୦୧୭ ପରଠୁ ଯେତେ ମେଡିକାଲ କଲେଜ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଅବଦାନରୁ ହୋଇଛି। ସେଥିରେ ତତ୍କାଳୀନ ରାଜ୍ୟ ସରକାରଙ୍କର କୌଣସି ବାହା ବାହା ନେବାର ଅଧିକାର ନାହିଁ। ସେ କହିଛନ୍ତି ଯେ ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଆମେ ଆରମ୍ଭ କରିବୁ। ଡିଜିଟାଲ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ୫୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଡାଇଲିସିସି କାର୍ଯ୍ୟକ୍ରମ କରାଯିବ। ଆମ୍ବୁଲାନ୍ସର ସମୟ ୩୦ ମିନିଟ ବଦଳରେ ୨୦ ମିନିଟ କରାଯିବ। ଲୋକଙ୍କ ପାଖରେ କମ ୍‌ଟାଇମରେ ଆମ୍ବୁଲାନ୍ସ ପହଞ୍ଚିବ। ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଆମ ସରକାର ଆରମ୍ଭ କରିଛନ୍ତି। ୪୯୫୨୨ ଜଣ ଆଶା କର୍ମୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ଯତ୍ନବାନ । ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ, ପୁରୀ, ଯାଜପୁର ଭଳି ସ୍ଥାନରେ ନୂଆ ମେଡିକାଲ କଲେଜ ସହିତ ନୂଆ ନର୍ସିଂ କଲେଜକୁ ଯୋଡ଼ାଯିବ। ସମସ୍ତ ଗ୍ରାମପଞ୍ଚାୟତ ହେଡ଼ କ୍ୱାର୍ଟରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ। ଏହି ସ୍ଥାନରେ ଜଣେ ଯୋଗ ଶିକ୍ଷକ ଏବଂ ମେଡିକାଲ ଷ୍ଟାଫ୍ ରହିବେ। ଓଡ଼ିଶା ହେଲ୍ଥ ବିଶ୍ୱବିଦ୍ୟାଳୟକୁ ଆମେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ। ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ଆମେ କରିବୁ। ୧୫୭୭୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି ସେଥି ମଧ୍ୟରୁ ୧୦୦୦୦ ହଜାର ଡାକ୍ତର ବର୍ତ୍ତମାନ ରହିଛନ୍ତି । ୫୬୦୦ ପଦବୀ ସେଥିରୁ ଖାଲି ଅଛି । ଡାକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ୩୦୦ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦେବାକୁ ଯାଉଛୁ। କଳାହାଣ୍ଡି, ଦେବଗଡ଼, ଓ ଯାଜପୁରର ହସ୍ପିଟାଲର ଶୁଭାରମ୍ଭ କରିବା ସହ ଅନୁଗୁଳ, ବଲାଙ୍ଗୀର ସୋନପୁର, କନ୍ଧମାଳ ସମେତ ୫ରୁ ଅଧିକ ସଦର ମହକୁମାରେ ଆମେ ସ୍ଥନ୍ୟପାନ ପରିଚାଳନା କେନ୍ଦ୍ର ଖୋଲିବାକୁ ଯାଉଛୁ। ସେହିପରି ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସ୍ୱାସ୍ଥ୍ୟନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In