• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବନ୍ଧୁମିଳନ

by Voice of Victims
January 25, 2025
in ମୁଖ୍ୟ ଖବର, ରାଜ୍ୟ
ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବନ୍ଧୁମିଳନ

କଟକ (ଭିଓଭି) : ବହୁ ପୁରାତନ ତଥା ରାଜ୍ୟର ସର୍ବପ୍ରଥମ ମଡେଲ୍ ସ୍କୁଲ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁମିଳନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଛି। ଏହି ଅବସରରେ କଟକ ମାଟିରେ ଜନ୍ମିତ ଦେଶର ଗୌରବ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଅନ୍ୟତମ ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ଜୟନ୍ତୀ ମଧ୍ୟ ପାଳନ କରାଯାଇଥିଲା। ସ୍କୁଲର ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ତଥା ତିନିଶହରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସମ୍ପାଦକ ସୁବ୍ରତ ମହାନ୍ତିଙ୍କ ତତ୍ତ୍ବାବଧାନରେ ଉପ ସଭାପତି କବି ଡାକ୍ତର ଅମିୟ ରଞ୍ଜନ ମହାପାତ୍ର, ଯୁଗ୍ମ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥୀ, ସାସ୍କୃତିକ ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ, ସ୍ବାଗତିକା ବେହେରା ଓ ପ୍ରିୟଙ୍କା ଶୁକ୍ଳା ପ୍ରମୁଖ ପରିଚାଳନା କରିଥିଲେ। ଏହା ପରେ ପୁରାତନ ଛାତ୍ର ବିଶିଷ୍ଟ ସଙ୍ଗୀତଜ୍ଞ ବିକାଶ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମର ରୁପରେଖ ଦିଆଯାଇଥିଲା। ଏଥିରେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଇଲୁ ବାନାର୍ଜୀ, ସରିତା ଆଚାର୍ଯ୍ୟ, ରଜତ ହୋତା, ବିଭାସ ମହାନ୍ତି, ଡାକ୍ତର ସରୋଜ କୁମାର ତ୍ରିପାଠୀ, ଅର୍ପିତା ସ୍ବାଇଁ, ଶୁଭସନ୍ଧ୍ୟା, ଗୀତାଞଳି, ଦିବ୍ଯ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହି ସମାବେଶରେ ସମସ୍ତ ସଦସ୍ୟଙ୍କ ଅନ୍ତରରେ ଏକ ଭାବାବେଗ ଏବଂ ଆତ୍ମିୟତା ବେଶ ପରିଲକ୍ଷିତ ହୋଇଥିଲା। ବିଗତ ବର୍ଷ ମାନଙ୍କର ସୁଖଦ ଅନୁଭୁତିକୁ ସମସ୍ତ ସଦସ୍ଯ ରୋମନ୍ଥନ କରିଥିଲେ। ଦେଶବ୍ୟାପୀ ତଥା ବିଦେଶରେ ପ୍ରତିଷ୍ଠାଲାଭ କରିଥିବା ବହୁତ ବନ୍ଧୁବାନ୍ଧବୀ ମାନେ ଏଥିରେ ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ପରେ ଏକ ଆନ୍ତରିକ ପରିବେଶରେ ସମସ୍ତେ ପରସ୍ପରକୁ ଭେଟିଥିଲେ। ଇତି ମଧ୍ୟରେ ପରଲୋକ ଗମନ କରିଥିବା ଛାତ୍ର ସଂସଦର ପୁର୍ବତନ ପ୍ରମୁଖ କର୍ମକର୍ତ୍ତା ତଥା ସ୍ବର୍ଗତ ଦେବେନ୍ଦ୍ର ନାଥ ଖୁଣ୍ଟିଆଙ୍କ ଏକାଦଶାହ ତଥା ଅନ୍ଯ ଦିବଙ୍ଗତମାନଙ୍କର ଶ୍ରଦ୍ଧାଞ୍ଜଳି ପାଇଁ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ବେଶ୍ ମନୋମୁଗ୍ଧକର ହୋଇଥିଲା। ସମସ୍ତେ ଆତ୍ମହରା ହୋଇ ଏଥିରେ ମଜ୍ଜି ନିଜକୁ ହଜାଇ ଦେଇଥିଲେ। ଦେଶ ତଥା ବିଶ୍ଵବ୍ୟାପୀ ସମସ୍ତ କ୍ଷେତ୍ରରେ ଅଦ୍ଭୁତପୂର୍ବ ପାରଦର୍ଶିତାର ସହ ଆମ ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିଛନ୍ତି। ଅସାଧ୍ୟକୁ ସାଧ୍ଯ କରି ଦେଖେଇଛନ୍ତି ଆମ ବୋର୍ଡ ହାଇସ୍କୁଲର ପୁର୍ବ ଛାତ୍ର ଛାତ୍ରୀ। ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ଯ ସଦସ୍ଯା ସଂଗୀତର ତାଳେ ତାଳେ ସମବେତ ନୃତ୍ୟ କରିଥିଲେ। ଏହି ଉତ୍ସବରେ ପୁରାତନ ଛାତ୍ର ସରୋଜ ଦାସ, ସରୋଜ ଜେନା, ରବି ନାରାୟଣ, ଶତପଥୀ, ଡଃ ଚିତ୍ତ ରଂଜନ ମିଶ୍ର, ସଂତୃପ୍ତ ମିଶ୍ର, ମୋତି ପ୍ରକାଶ ରଥ, ପୂର୍ବତନ ସଭାପତି ରଂଜିତାଭ ମହାନ୍ତି, ସରୋଜ କୁମାର ନାୟକ, ସୁଦେଷ୍ଣା ମିଶ୍ର, ଆରତୀ ପଣ୍ଡା, ସଂଜୀବ ଜେନା, ବିକାଶ ଚନ୍ଦ୍ର ବେହେରା, ସଂଜୟ ସିଂହ, କାଶିନାଥ ଶତପଥୀ, ଅଭୟ ରାଉତ, କାମାକ୍ଷା ପ୍ରସାଦ ମିଶ୍ର, ସୈାଭାଗ୍ୟ ରଂଜନ ଖୁଣ୍ଟିଆ, କଲ୍ୟାଣ କୁମାର ଶତପଥୀ, ସୁରେଶ ଚନ୍ଦ୍ର ସ୍ଵାଇଁ, ମନୋରଂଜନ ମିଶ୍ର, ଚନ୍ଦ୍ରଶେଖର ନାଟିଆ, ଅଶୋକ କୁମାର ସ୍ଵାଇଁ, ପ୍ରବାଶ ସ୍ଵାଇଁ, ଟୋନି ମହାପାତ୍ର, ସନ୍ଦୀପ ପାଣି, ଲିଲିବାଳା ଶତପଥୀ, ଅନିଶା ପଣ୍ଡା, ରଶ୍ମିଧର ଦାସ, କାଜଲ ମହାପାତ୍ର, ଦେବଦୀପ୍ତା ସ୍ଵାଇଁ, ଦୀପ୍ତିରେଖା ବେହେରା, ସ୍ଵାଗତୀକା ଶତପଥୀ, ସାହାନାଓ୍ଵାଜ ଖାନ୍, ଶିବ କୁମାର ସାହୁ, ଦୀପଙ୍କର ମହାନ୍ତି, ରାନୁ ଦାସଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Post Views: 136
Share213Tweet133Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In