ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆତଙ୍କବାଦ ସଫା କରିବା ପାଇଁ ଭାରତୀୟ ସୁରକ୍ଷାବଳ ଲଗାତାର ଅପରେସନ ଜାରି ରଖିଛନ୍ତି । ସୁରକ୍ଷାବଳ ଦ୍ବାରା ଗୋଟିଏ ପରେ ଗୋଟିଏ ଅପରେସନ କରାଯାଇଛି ଆତଙ୍କୀକୁ ସଫା କରାଯାଉଛି । ଏହାରି ମଧ୍ୟରେ ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଚାତ୍ରୋ ସିଂହପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।
ସୁରକ୍ଷା ବାହିନୀ ଦ୍ୱାରା ତିନିରୁ ଚାରି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଧରାପଡ଼ିଛି ।ଆତଙ୍କୀ ଲୁଚିଥିବା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସହ ହାଇ-ଆଲର୍ଟ ଅପରେସନ ଜାରି ରଖିବା ସହିତ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜମ୍ମୁ ଏବଂ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗତ ଗୋଟିଏ ସପ୍ତାହ ତଳେ ପୃଥକ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସୁରକ୍ଷା ବାହିନୀର ଆଉ ଏକ ଅପରେସନ ଜାରି ରହିଛି । ଏନକାଉଣ୍ଟରରେ ନିହତ ତିନି ଆତଙ୍କବାଦୀଙ୍କ ନାମ ଆସିଫ୍ ଅହମ୍ମଦ ଶେଖ୍, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ ।ଗତ ସପ୍ତାହରେ ମଙ୍ଗଳବାର ସୋପିଆନର କେଲର ଅଞ୍ଚଳ ଏବଂ ଗୁରୁବାର ପୁଲୱାମାର ତ୍ରାଲର ନାଦର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ରିପୋର୍ଟ କରାଯାଇଥିଲା ।ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି । ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ।
