• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ

by Voice of Victims
May 2, 2025
in ଦେଶ ବିଦେଶ, ମୁଖ୍ୟ ଖବର
କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣ ପରେ କଶ୍ମୀରରେ ପୋଲିସ ଏବଂ ସେନାର ଅପରେସନ ଜାରି ରହିଛି । ଜମ୍ମୁ କଶ୍ମୀର ପୋଲିସ ଏବଂ ଏନଆଇଏ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି । ଏମାନଙ୍କୁ ପଚରାଉଚରା କରୁଛି । ତେବେ ପହଲଗାମରେ ୨୬ ନୀରିହ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ଆତଙ୍କୀଙ୍କୁ ସ୍ଥାନୀୟ ଲୋକ ସହାୟତା କରିଥିବା ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି ।

ଏନଆଇଏ ୨୦ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରକୁ ଅଟକ ରଖି ପଚରାଉଚରା କରୁଛି । ଯାଞ୍ଚ ଏଜେନ୍ସୀ କୋଟ ଭଲବାଲ ଜେଲରେ ବନ୍ଦୀ ଥିବା ଦୁଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ପଚରାଉଚରା କରିବ । ଏମାନେ ଏଲଇଟି ଆତଙ୍କୀଙ୍କୁ ସହାୟତା କରୁଥିଲେ । ୨୦୨୩ରେ ଭାଟା ଧୁରିଆ ଏବଂ ତୋତଗଲୀରେ ସେନା ଉପରକୁ ଆକ୍ରମଣ କରିଥିବା ଆତଙ୍କୀଙ୍କ ସହଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି କି, ରଜୌରୀ, ପୁଞ୍ଛରେ ସେନା ଉପରେ ଆକ୍ରମଣ ଏବଂ ପହଲଗାମ ବୈସରଣ ଘାଟିରେ ଆକ୍ରମଣ ଘଟଣା ପରସ୍ପର ସହିତ ଜଡିତ ହୋଇପାରେ । ଏମାନେ ପିଓକେର ଗୋଟିଏ ଏଲଇଟି କ୍ୟାମ୍ପର ଆତଙ୍କୀ ହୋଇଛନ୍ତି । ତେଣୁ ଏମାନଙ୍କୁ ଯାଞ୍ଚ ଏଜେନ୍ସୀ ପଚରାଉଚରା କରିବ । ପହଲଗାମ ଆତଙ୍କୀ କଶ୍ମୀର ଜଙ୍ଗଲରେ ୧୦ ଦିନ ହେଲାଣି ଲୁଚିଥିବା ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି । ସୁରକ୍ଷାବଳ ପହଲଗାମ ବୈସରଣ ଘାଟି, ତାରୁନ ହପତଗୁଣ୍ଡ, ଡାବରୁ ଏବଂ ଅନେକ ଅଞ୍ଚଳରେ ସନ୍ଧାନ ଜାରି ରଖିଛି ।

Post Views: 67
Share197Tweet123Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In