• About Us
  • Contact Us
Sunday, February 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି

by Voice of Victims
February 22, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି

ପୁଣେ : ଏନସିପି-ଏସପି ନେତା ଶରଦ ପାୱାର ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ବଳତା ଅନୁଭବ କରିବାକରୁ ତାଙ୍କୁ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । କିଛିଦିନ ତଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶରଦ ପାଓ୍ବାର । ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ନେଇ ଝିଅ ସୁପ୍ରିୟା ସୁଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବାବା ଆଗକୁ ଯାଞ୍ଚ ପାଇଁ ହାଇଡ୍ରେସନ ପାଇଁ ପୁଣେର ରୁବି ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ।

ଗତ ଫେବୃଆରୀ ୯ରେ କାଶ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଯୋଗୁଁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ଏବେ ପୁଣିଥରେ ଦୁର୍ବଳତା ଅନୁଭବ କରିବାକୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକ ବହୁତ ଚିନ୍ତାରେ ରହିଛନ୍ତି । ଡାକ୍ତରୀ ଦଳ ତତ୍ତ୍ବାବଧାନରେ ତାଙ୍କ ଦେଖାଶୁଣା ହେଉଛି ।

ତେବେ ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନିଧନ ପରେ ଶରଦ ପାଓ୍ବାର ମୁମ୍ବାଇର ବାରାମତି ଏବଂ ପୁଣେ ସ୍ଥିତ ଘରକୁ ଯିବା ଆସିବା କରୁଛନ୍ତି । ଶରଦ ପାଓ୍ବାରାଙ୍କୁ ୨୦୦୪ରେ କ୍ୟାନସୀ ହୋଇଥିଲା । ତା’ ପରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ ।

Post Views: 9
ShareTweetSend
Voice of Victims

Voice of Victims

Recent Posts

  • ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି
  • ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୩ ମାଓବାଦୀ ନିହତ
  • ଉତ୍ୟକ୍ତ ମହିଳାଙ୍କର ମଦ ବିରୋଧୀ ଅଭିଯାନ
  • ମିଡ଼ିଆ ମ୍ୟାନେଜମେଣ୍ଟ ପାଇଁ ଗୌର ମହାପାତ୍ର ସମ୍ବର୍ଦ୍ଧିତ
  • ଇସ୍ରାଏଲ ଗସ୍ତରେ ଯିବେ ମୋଦି, ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ହୋଇପାରେ ଚୁକ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In