ଭୁବନେଶ୍ବର (ଭିଓଭି): ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଆବାସିକ ବିଦ୍ୟାଳୟରେ ନିକଟରେ ଛାତ୍ର ମାନଙ୍କୁ ନୃଶଂସ ଭାବରେ ମାଡ଼ ମରାଯାଉଥିବା ଘଟଣା ଚର୍ଚ୍ଚାରେ ଥିବାବେଳେ ଆଜି ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସ୍କୁଲ ପରିସରରେ ଛାତ୍ରମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଖବର ପ୍ରଘଟ ହୋଇଛି। ସ୍କୁଲର ଜନୈକ ଛାତ୍ର ରାଷ୍ଟ୍ରୀୟ ଅଭିଭାବକ ମହାସଂଘର ସଭାପତି ଭୁମୋହନ ପଟ୍ଟନାୟକଙ୍କୁ ଏହି ବିଷୟରେ ଜଣାଇଥିଲା। ତତ୍ ସହିତ ଭୁବନେଶ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲା। ଖବର ପାଇ ଶ୍ରୀ ପଟ୍ଟନାୟକ ଏବଂ ଶିକ୍ଷା ଅଧିକାରୀ ସ୍କୁଲ୍ ପରିସରରେ ପହଞ୍ଚି ପୀଡ଼ିତ ଛାତ୍ରକୁ ଠାବ ସହ ଘଟଣା ସଂପର୍କରେ ବିସ୍ମୃତ ବିବରଣୀ ନେବାପରେ ଘଟଣାର ସତ୍ୟତା ଜାଣିବାପରେ ଜାଣିବାକୁ ପାଇଛନ୍ତି ଯେ ବିଦ୍ୟାଳୟ ପରିସରରେ ଏହିଭଳି ଘୃଣ୍ୟ କାର୍ଯ୍ୟ ବହୁ ଛାତ୍ରଙ୍କ ସହ ଘଟୁଛି। କିନ୍ତୁ କଡ଼ା ଶାସନ ଆଳରେ ଏହା ବାହାରକୁ ପ୍ରଘଟ ହେଉନି। ପୀଡ଼ିତ ଛାତ୍ରଙ୍କ ସହ ବାରମ୍ବାର ଏହିଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି ବୋଲି ଶିକ୍ଷା ଅଧିକାରୀ ତାଙ୍କ ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା ବିଦ୍ୟାଳୟ ଅଧ୍ୟକ୍ଷ ଏ ସଂପର୍କରେ ଅବଗଚ ଥାଇ ମଧ୍ୟ ଏହାକୁ ଚପାଇ ଦେବାକୁ ସଂପୂର୍ଣ୍ଣ ଚେଷ୍ଟା କରିଥିଲେ ଏବଂ ସଂପୃକ୍ତ ଶିକ୍ଷକଙ୍କୁ ସୁରକ୍ଷା ଦେଇ ବିଦ୍ୟାଳ ରୁ ଯିବାକୁ ସୁଯୋଗ ଦେଇଥିଲେ। ପୀଡ଼ିତ ଛାତ୍ରକୁ ଏହି ଘଟଣା ବିଷୟରେ କାହାକୁ ନଜଣାଇବାକୁ କହିଥିଲେ। ତଦନ୍ତ ସମୟରେ ଏ ସମସ୍ତ ଘଟଣା ଶିକ୍ଷା ଅଧିକାରୀ ଅବଗତ ହେଲେ। ଘଟଣା ସମ୍ପର୍କରେ ମହାସଂଘ ସଭାପତି ଶ୍ରୀ ପଟ୍ଟନାୟକ ତୁରନ୍ତ ଖଣ୍ଡଗିରୀ ଥାନା ଅଧିକାରୀଙ୍କୁ ଅବଗତ ସହ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କରଙ୍କୁ ଅବଗତ କରିବା ସହ ଆବଶ୍ୟକ ଦୃଢ ପଦକ୍ଷେପ ନେବାକୁ ବିଧିବଦ୍ଧ ଭାବରେ ଚିଠି ଦ୍ବାରା ଅଭିଯୋଗ ଜଣାଇଛନ୍ତି। ସରକାରଙ୍କ ପ୍ରଦତ୍ତ ଜମିରେ ଆଧ୍ୟାତ୍ମିକ ଶିକ୍ଷା ଆଳରେ ଏହିଭଳି ଘୃଣ୍ୟ ଘଟଣା ନେଇ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ତରଫରୁ ଦୃଢ ବିରୋଧ କରାଯିବ। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପାଇଁ ସଂଘ ତରଫରୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଂଘର ଉପସଭାପତି ରଞ୍ଜନ ଦାସ ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି।
