ସିକ୍କିମ: ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ତିସ୍ତା ନଦୀକୁ ଖସିପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ୧୦୦୦ ଫୁଟ ତଳକୁ ଖସିପଡିଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଖବର ମୁତାବକ, ଗୁରୁବାର ରାତିରେ ସିକ୍କିମର ଏକ ପାହାଡ଼ି ରାସ୍ତାରୁ ଏକ ପର୍ଯ୍ୟଟକ ଗାଡ଼ି ୧୦୦୦ ଫୁଟ ତଳକୁ ଖସିପଡ଼ିବାରୁ ୯ ଜଣ ନିଖୋଜ ଅଛନ୍ତି । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ସନ୍ଧ୍ୟା ୮ଟା ମଧ୍ୟରେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଓଡିଶାରୁ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିରେ ଜଣେ ବିଜେପି ନେତ୍ରୀ ନିଖୋଜ ଥିବା ଜଣାପଡିଛି । ପରିବାର ସହିତ ବୁଲିବାକୁ ଯାଇଥିଲେ ।
