• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆତଙ୍କବାଦୀ କାର୍ଯ୍ୟରେ ସାମିଲ ପାଇଁ ପ୍ରବର୍ତ୍ତାଉଥିବା ଛଅ ଯୁବକ ଗିରଫ, ବିପୁଳ ବିସ୍ପୋରକ ଜବତ

by Voice of Victims
September 28, 2024
in ମୁଖ୍ୟ ଖବର, ରାଜ୍ୟ
ଆତଙ୍କବାଦୀ କାର୍ଯ୍ୟରେ ସାମିଲ ପାଇଁ ପ୍ରବର୍ତ୍ତାଉଥିବା ଛଅ ଯୁବକ ଗିରଫ, ବିପୁଳ ବିସ୍ପୋରକ ଜବତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୋଲିସ ଆୱନ୍ତୀପୋରାରେ ଛଅ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନେ ପାକିସ୍ଥାନ ଲିଙ୍କରେ ଥିବାର ପ୍ରମାଣ ମିଳିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆୱନ୍ତୀପୋରା ପୋଲିସ ନିର୍ଦ୍ଦିଷ୍ଟ ସୂଚନା ପାଇଥିଲା ଯେ ଜୟସ୍-ଏ-ମହମ୍ମଦ (ଜେଏମ) ଗ୍ରୁପର କେତେକ ଯୁବକ କାଶ୍ମୀରୀରେ ରହୁଥିବା ଯୁବକଙ୍କୁ ତାଙ୍କ ସଂଗଠନରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଯେଉଁମାନେ ଆତଙ୍କବାଦୀ ଦଳରେ ଯୋଗଦେବା ପାଇଁ ଉତ୍ସାହିତ ହୋଇଛନ୍ତି ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ବିସ୍ଫୋରକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଗୁପ୍ତ ସୂଚନା  ଆଧାର କରି ଏକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଅନୁସନ୍ଧାନ ବେଳେ ଏହି ମଡ୍ୟୁଲର ଅଂଶ ଥିବା ଯୁବକମାନଙ୍କୁ ପୋଲିସ ଚିହ୍ନଟ କରିଥିଲା। ପରେ ଜଣାପାଡିଥିଲା ଯେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଜେଲରେ ଥିବା ଜଣେ ଓଭର ଗ୍ରାଉଣ୍ଡ କର୍ମଚାରୀଙ୍କ ସହାୟତାରେ ଅନେକ ଯୁବକ ଆୱନ୍ତୀପୋରା ଏବଂ କୁଲଗାମ ଅଞ୍ଚଳର ଯୁବକଙ୍କୁ ଆତଙ୍କବାଦୀଙ୍କ ସହ ଯୋଗ ଦେବାକୁ ଉତ୍ସାହିତ କରୁଥିଲେ।। ଏହି ମାମଲାର ତଦନ୍ତ ଚାଲିଛି ଏବଂ ଅଧିକ ଗିରଫ ଏବଂ ଆତଙ୍କି ଜିନିଷ ଜବତ ହେବାର ସମ୍ଭାବନା ରହିଛି।

Post Views: 20
Tags: Six youths arrested for inciting to engage in terrorist activities
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In