ନୂଆଦିଲ୍ଲୀ: Skype ୟୁଜର୍ସଙ୍କୁ ଝଟକା । ମାଇକ୍ରୋସଫ୍ଟ ଏକ ବଡ଼ ଘୋଷଣା କରିଛି ଯେ ଏହା ୫ମେ ୨୦୨୫ରେ ଅର୍ଥାତ୍ ଆଜି ଏହାର ଭିଡିଓ କଲିଂ ସେବା Skype ବନ୍ଦ କରିବାକୁ ଯାଉଛି । ଇଣ୍ଟରନେଟରେ ଭିଡିଓ କଲିଂର ସବୁଠାରୁ ବଡ଼ ନାମ ଥିବା Skype ଏବେ Microsoft ପାଇଁ ପୁରୁଣା ହୋଇଗଲାଣି ।
ଶେଷରେ ମାଇକ୍ରୋସଫ୍ଟ ଦ୍ୱାରା Skype ସେବା ବନ୍ଦ ହେବାକୁ ଯାଉଛି । ଏହା ଏକ ଭଏସ୍ ଏବଂ ଭିଡିଓ କମ୍ୟୁନିକେସନ୍ ଆପ୍, ଯାହାକୁ ୨୦୧୧ ମସିହାରେ ମାଇକ୍ରୋସଫ୍ଟ ଅଧିଗ୍ରହଣ କରିଥିଲା । ହେଲେ ଏହି ସର୍ଭିସ ମେ ୫ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଅନଲାଇନ୍ ରହିବ । ଏପରି ପରିସ୍ଥିତିରେ, ବ୍ୟବହାରକାରୀଙ୍କୁ Teamsକୁ ସ୍ୱିଚ୍ କରିବାର ସୁଯୋଗ ମଧ୍ୟ ମିଳିବ । କମ୍ପାନୀ VoIP ବେସ୍ଡ କମ୍ୟୁନିକେସନକୁ ଗ୍ରହଣ କରୁଛି, ଯାହା ହେତୁ Skype ସର୍ଭିସକୁ ଫୋନ୍ ବେସ୍ଡ କଲିଂ ସିଷ୍ଟମ ସହିତ କନେକ୍ଟ କରାଯାଉଛି । ଏହି ପେଜଆଉଟ ଷ୍ଟେଜରେ, ୟୁଜର୍ସମାନଙ୍କୁ ଦୁଇଟି ଅପ୍ସନ ଦିଆଯାଇଛି । ଏଥିରେ, ଯଦି ୟୁଜର୍ସମାନେ ଚାହିଁବେ, ତେବେ ସେମାନେ ସେମାନଙ୍କର Skype ଡାଟା ମାଇଗ୍ରେଟ୍ କରିପାରିବେ । ଏଥିରେ ଫଟୋ ଏବଂ କନଭରସେସନ୍ ହିଷ୍ଟ୍ରି ମଧ୍ୟ ସାମିଲ୍ ଅଛି । ଅଥବା ଆପଣ କନଭରସେସନ୍ ହିଷ୍ଟ୍ରିକୁ Teams ରେ ସିମଲେସ୍ ଭାବରେ ମାଇଗ୍ରେଟ୍ କରିପାରିବେ।
ଏଥି ସହ ଜାଣି ରଖନ୍ତୁ ଯେ, ନୂଆ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ଲାଗି ହେଉ କିମ୍ବା କୌଣସି ବନ୍ଧୁଙ୍କ ସହିତ ଭିଡିଓ କଲ୍ରେ କଥା ହେବା ପର୍ଯ୍ୟନ୍ତ Skype କେବେ ନା କେବେ ଆପଣଙ୍କ କାମରେ ଆସିଥାଏ । କିନ୍ତୁ ଏବେ ଏହି ପ୍ଲାଟଫର୍ମକୁ ମେ ମାସ ସୁଦ୍ଧା ବନ୍ଦ କରିବା ନେଇ ମାଇକ୍ରୋସଫ୍ଟ ଘୋଷଣା କରିଛି । ୨୦୧୧ରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ଏହାକୁ କିଣିଥିଲା । ଏହି ପ୍ଲାଟଫର୍ମରେ ମିଳୁଥିବା କିଛି ସର୍ଭିସକୁ କମ୍ପାନୀ କମ୍ୟୁନିକେସନ୍ ପ୍ଲାଟଫର୍ମ Teamsରେ ସ୍ଥାନାନ୍ତରିତ କରିବ ବୋଲି କହିଛି ।
ଏବେ Skypeର ୟୁଜରମାନେ ନିଜ ଆକାଉଣ୍ଟ ଜରିଆରେ ମାଇକ୍ରୋସଫ୍ଟ Teamsରେ ଲଗ୍ ଇନ୍ କରିପାରିବେ । କହି ରଖୁଛୁ କି, Teams ହେଉଛି ମାଇକ୍ରୋସଫ୍ଟର ପ୍ରମୁଖ ଭିଡିଓ କନଫରେନ୍ସିଂ ଓ ଟିମ ଆପ୍ଲିକେସନ ପ୍ଲାଟଫର୍ମ । ବନ୍ଦ ହେବାକୁ ଯାଉଥିବା ପ୍ଲାଟଫର୍ମ Skype ନିକଟରେ ପ୍ରାୟ ୩୦ ମିଲିୟନ ୟୁଜର ଅଛନ୍ତି ।
