ଭୁବନେଶ୍ୱର : ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଲୋକସେବା ଭବନ ଘେରାଉ କରିବ ବିଜେଡି। ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି । ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ candle rally କରାଯିବ। ସିଟିଂ ଜଜଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦାବି କରିଛି ଦଳ । ସୌମ୍ୟାଶ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ।

ସେହିଭଳି ବିଜେଡ଼ି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସୌମ୍ୟାଶ୍ରୀ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଉ । ଏବଂ ସେ ଝିଅ କୁ କେଉଁ ଏବିଭିପିର ପିଲା ପେଟ୍ରୋଲ ଦେଲେ ତାର ତଦନ୍ତ ହେଉ । ଆଜିଠୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଦୁର୍ବାର ଆନ୍ଦୋଳନ ର ଡାକରା ଦେଉଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ ।
ସୂଚନାଯୋଗ୍ୟ, ଜୀବନ ମରଣ ସହ ସଂଘର୍ଷ ପରେ ଗତକାଲି ରାତିରେ ଆଖି ବୁଜିଛନ୍ତି ପିଡ଼ିତା । ବାଲେଶ୍ୱର FM କଲେଜ କତୃପକ୍ଷଙ୍କ ନିର୍ଯାତନାର ଶିକାର ହେବା ପରେ ଶନିବାର ଦେହରେ ପେଟ୍ରୋଲ ଢାଳି ଜୀବନ ହରିବାକୁ ଉଦ୍ୟମ କରିଥିଲେ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସଙ୍କଟପୂର୍ଣ୍ଣ ଅବସ୍ଥାରେ AIIMS ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡିଯାଇଥିଲା । ୯୮ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି । ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି ।

ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି। ରାତି ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା । ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ ।