ନୂଆ ଇତିହାସ ଲେଖିବ ସ୍ପେନ । ୧୫୦ ବର୍ଷ ପରେ ସ୍ପେନ ପାଇବ ରାଣୀ । ରାଣୀର ଆସନରେ ଅଭିଷିକ୍ତ ହେବେ ୨୦ ବର୍ଷୀୟ ପ୍ରିନସେସ ଲିଓନୋର । ୨୦୦୫ ଅକ୍ଟୋବର ୩୧ରେ ସ୍ପେନ ରାଜପରିବାରରେ ଜନ୍ମ ଲାଭ କରିଥିଲେ ପ୍ରିନସେସ ଲିଓନେର । ସ୍ପେନ ଆଇନ ଅନୁଯାୟୀ ସିଂହାସନର ଉତ୍ତରାଧିକାରୀଙ୍କୁ ନିଜ ଭବିଷ୍ୟତର ଭୂମିକା ନିର୍ବାହ ପାଇଁ ପ୍ରଥମେ ସ୍ଥଳସେନା, ନୌସେନା ଓ ବାୟୁସେନା ସହ ମିଲିଟାରୀ ଟ୍ରେନିଂ ନେବାକୁ ପଡ଼ିଥାଏ ।
ପରମ୍ପରା ଆଧାରରେ ଲିଓନୋର ବର୍ତ୍ତମାନ ତିନି ସେନାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ସ୍ପେନରେ ଏକ ସଂସଦୀୟ ସାମ୍ବିଧାନିକ ରାଜତନ୍ତ୍ର ରହିଛି। ରାଜା ଦେଶର ମୁଖ୍ୟ । କିନ୍ତୁ ପ୍ରକୃତ ରାଜନୈତିକ କ୍ଷମତା ନିର୍ବାଚିତ ସଂସଦ ଓ ସରକାରଙ୍କ ଠାରେ ରହିଥାଏ । ବର୍ତ୍ତମାନ ସ୍ପେନର ରାଜା ଅଛନ୍ତି କିଙ୍ଗ ଫେଲିପ ଷଷ୍ଠ। ୨୦୧୪ରୁ ସେ ରାଜା ଭାବେ ସିଂହାସନରେ ରହିଛନ୍ତି। ପ୍ରିନସେସ ଲିଓନେର ଉଚ୍ଚ ଶିକ୍ଷିତା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମାଦ୍ରିଦରେ ନିଜର ସେକେଣ୍ଡାରୀ ଶିକ୍ଷା ଗ୍ରହଣ ପରେ ବ୍ରିଟେନର ୱେଲସ ସ୍ଥିତ ୟୁଡବଲ୍ୟୁସି ଆଟଲାଣ୍ଟିକ କଲେଜରୁ ୨୦୨୩ରେ ସ୍ନାତକ ପାସ କରିଛନ୍ତି । ତେବେ ନିଜ ବାପାଙ୍କ ପରେ ସେ ମଧ୍ୟ ମିଲିଟାରୀ ଏଜୁକେସନ ଉପରେ ଅଧିକ ଫୋକସ କରିଛନ୍ତି । ୧୮ଶହ ଶତାବ୍ଦୀ ପରେ ପ୍ରଥମ ଥର ରାଣୀ ହେବେ ପ୍ରିନସେନ ଲିଓନେର । ସ୍ପେନର ଶେଷ ରାଣୀ ଥିଲେ କ୍ବିନ ଇସାବେଲା ଦ୍ବିତୀୟ। ସେ ୧୮୩୩ରୁ ୧୮୬୮ରୁ ସିଂହାସନରେ ବସିଥିଲେ ।
