• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଉଡ଼ାଣ ଭରିବା ସମୟରେ ଖସିପଡ଼ିଲା ସ୍ପାଇସଜେଟ ବିମାନର ଚକ, ପାଇଲଟଙ୍କ ଯୋଗୁଁ ବଞ୍ଚିଗଲା ୭୫ ଯାତ୍ରୀଙ୍କ ଜୀବନ

by Voice of Victims
September 12, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଉଡ଼ାଣ ଭରିବା ସମୟରେ ଖସିପଡ଼ିଲା ସ୍ପାଇସଜେଟ ବିମାନର ଚକ, ପାଇଲଟଙ୍କ ଯୋଗୁଁ ବଞ୍ଚିଗଲା ୭୫ ଯାତ୍ରୀଙ୍କ ଜୀବନ

ଗୁଜରାଟ : ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।

ଖବର ମୁତାବକ, ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ Q400 ଉଡ଼ାଣ ଭରିବା ପରେ ଏକ ଚକ ରନୱେରେ ପଡିଥିବା ମିଳିଥିଲା । କିନ୍ତୁ ବିମାନଟି ମୁମ୍ବାଇକୁ ଉଡ଼ାଣ ଭରିଥିଲା । ପାଇଲଟ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରାଇଥିଲେ । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ ।

ବିମାନର ଏକ ଚକ ନଥିବା ସତ୍ତ୍ବେ ପାଇଲଟ ବୁଦ୍ଧିମତ୍ତାର କାମ କରି ବିମାନକୁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଇଥିଲେ । ଏହି ଘଟଣା ଜଣାପଡିବା ପରେ ମୁମ୍ବାଇ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା ଏବଂ ସନ୍ଧ୍ୟା ୫ ଯାଏଁ ଏମରଜେନ୍ସୀ ଘୋଷଣା କରାଯାଇଥିଲା ।

ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ୧୨ ସେପ୍ଟେମ୍ବରରେ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ Q400ର ଚକ ଉଡ଼ାଣ ଭରିବା ସମୟରେ ରନୱେରେ ପଡିଥିଲା । ବିମାନଟି ମୁମ୍ବାଇ ପାଇଁ ଯାତ୍ରା ଜାରି ରଖି ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ବିମାନକୁ ସୂଚାରୁରରୂପେ ଅବତରଣ କରିବା ପରେ ଟର୍ମିନାଲକୁ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା ।

Post Views: 39
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In