• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଲୋକାର୍ପିତ ହେଲା ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ

by Voice of Victims
February 29, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲୋକାର୍ପିତ ହେଲା ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ

ପୁରୀ (ଭିଓଭି): ପୁରୀ ଜିଲ୍ଲା କ୍ରୀଡାପ୍ରେମୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହୋଇଛି । ରାଜ୍ୟ ତଥା ଦେଶର କ୍ରୀଡା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ପ୍ରାୟ ୧୪ ଏକର ଜମିରେ ୪୨ କୋଟି ଅର୍ଥ ବ୍ୟୟ ରେ ନିର୍ମିତ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଓ ମହିଳା କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଲୋକାର୍ପିତ ହୋଇଛି । ଏହି ଷ୍ଟାଡିୟମ ରେ କ୍ରିକେଟ ଖେଳ ଅଭ୍ୟାସ ପାଇଁ ଉନ୍ନତ ମାନର ପଡିଆ ସହିତ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତିଭୂମି ରହିଛି । ଏଥି ସହିତ ଗୋଟିଏ ଜିମ୍ନାଷ୍ଟିକ୍ ହଲ୍ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସମସ୍ତ ପ୍ରକାର ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିବା ଭଳି ୭୫ ଫୁଟ ଓସାର ଏବଂ ୧୫୦ ଫୁଟ ଲମ୍ବର ଏକ ସନ୍ତରଣାଗାର ମଧ୍ୟ ରହିଛି । । ଏହି ଷ୍ଟାଡିୟମ୍ ରେ କ୍ରିକେଟ, ଜିମ୍ନାଷ୍ଟିକ୍‌, ସନ୍ତରଣ ଓ ଖୋଖୋ, କବାଡି, ଇତ୍ୟାଦି ଖେଳ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି । କ୍ରିକେଟ ଗ୍ୟାଲେରୀରେ ତିନିହଜାର ଦର୍ଶକ ଏବଂ ଜିମ୍ନାଷ୍ଟିକ୍ ଗ୍ୟାଲେରିରେ ପାଂଚଶହ ଦର୍ଶକ, ସନ୍ତରଣାଗାର ରେ ପାଂଚଶହରୁ ସାତଶହ ଦର୍ଶକ ଏକ କାଳୀନ ବସିପାରିବାର ବ୍ୟବସ୍ଥା ଅଛି । ଏହା ସହିତ ୨୦୦ ଶଯ୍ୟା ବିଶିଷ୍ଟ ଏକ କ୍ରୀଡା ଛାତ୍ରାବାସ ମଧ ରହିଛି । ଏବେ ଏହି ଛାତ୍ରାବାସରେ ୧୦୦ରୁ ଅଧିକ କ୍ରୀଡାବିତ୍ ରହୁଛନ୍ତି । ଅତ୍ୟାଧୁନିକ କ୍ରୀଡା ଭିତିଭୂମୀ ଯୁବ କ୍ରୀଡାବିତ୍‌ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବ ଏବଂ ରାଜ୍ୟ ସରକାର କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ କ୍ରୀଡା ଭିତିଭୂମିକୁ ବିଶ୍ୱ ସ୍ତରୀୟ କରାଯାଉଛି । କ୍ରୀଡାବିତ୍‌ଙ୍କ ସ୍ୱପ୍ନ ପୂରଣ ପାଇଁ ଏକ ବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି । କ୍ରିଡାବିତ୍ ନିଜର ସ୍ୱପ୍ନ ପୂରଣ ସହ ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବେ ବୋଲି ଏହି ଷ୍ଟାଡିୟମ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ, ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ୱପ୍ନାରଣୀ ସ୍ୱାଇଁ, ଉପଜିଲ୍ଲାପାଳ ଗୋପିନାଥ କୁଅଁର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଡ. ଦୁର୍ଗାପ୍ରସାଦ ଦାସମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାଶ ମହାପାତ୍ର, ପୂର୍ବତନ ସଂପାଦକ ରବିଶଙ୍କର ପ୍ରତିହାରୀ, ଅନ୍ୟାନ୍ୟ ସଦସ୍ୟ, କ୍ରୀଡାବିତ୍ ଏବଂ କ୍ରୀଡା ଛାତ୍ରାବାସର ଅନ୍ତେବାସୀ ମାନେ ଉପସ୍ଥିତ ଥିଲେ ।

Post Views: 49
Share200Tweet125Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In