• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୃଥିବୀ ପୃଷ୍ଠରେ ଷ୍ଟାରଲାଇନର୍‌ର ସଫଳ ଲ୍ୟାଣ୍ଡିଂ: ଫେବ୍ରୁଆରୀରେ ଫେରିବେ ସୁନୀତା, ବୁଚ୍‌!

by Voice of Victims
September 7, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପୃଥିବୀ ପୃଷ୍ଠରେ ଷ୍ଟାରଲାଇନର୍‌ର ସଫଳ ଲ୍ୟାଣ୍ଡିଂ: ଫେବ୍ରୁଆରୀରେ ଫେରିବେ ସୁନୀତା, ବୁଚ୍‌!

ୱାଶିଂଟନ୍: ନାସା ମହାକାଶଚାରୀ ସୁନୀତା ୱଲିୟମ୍ସ ଏବଂ ବୁଚ୍ ୱିଲ୍‌ମୋରଙ୍କ ବିନା ମହାକାଶରୁ ସୁରକ୍ଷିତ ଭାବେ ଫେରିଆସିଛି ମହାକାଶ ଯାନ ଷ୍ଟାର୍ ଲାଇନର୍‌। ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ନ୍ୟୁ ମେକ୍ସିକୋ ସହର ଉପତ୍ୟକାରେ ଥିବା ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାରଲାଇନର୍‌। ଫଳରେ ସୁନୀତା ଏବଂ ବୁଚ୍‌ଙ୍କ ଏବେ ପୃଥିବୀ ପୃଷ୍ଠକୁ ଫେରିବା ଆହୁରି ବିଳମ୍ବ ହେବା ସ୍ପଷ୍ଟ ହୋଇଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା’ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ମହାକାଶରେ ରହଣି ମଧ୍ୟରେ ଷ୍ଟାରଲାଇନର୍‌ରେ କେତେକ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି କାରଣରୁ କୌଣସି ମହାକାଶଚାରୀଙ୍କୁ ଏଥିରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବା ଆଦୌ ସୁରକ୍ଷିତ ନଥିଲା। ସୁତରାଂ ଷ୍ଟାର ଲାଇନ୍‌ରକୁ ବିନା କୌଣସି ମହାକାଶ ଯାତ୍ରୀରେ ଫେରିବାକୁ ପଡ଼ିଛି। ଷ୍ଟାର ଲାଇନର ମହାକାଶଯାନ ଆଜି ଭାରତୀୟ ସମୟ ଭୋର ୩.୩୦ରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ୍‌)ରୁ ଅଲଗା ହୋଇଥିଲା ଏବଂ ନିଜ ସ୍ୱାଭାବିକ ବେଗ ସହ ଗତି କରିବା ଆରମ୍ଭ କରିଥିଲା ଏବଂ ସକାଳ ୯.୩୨ରେ ଏହା ଆମେରିକାର ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡ ସ୍ପେସ୍ ହାରବର (ମରୁଭୂମି)ରେ ଅବତରଣ କରିଛି। ସୁନୀତା ୱଲିୟମ୍ସ ଏବଂ ବୁଚ୍ ୱିଲ୍‌ମୋର ନେଇ ଷ୍ଟାର ଲାଇନର ନାସା ମହାକାଶକୁ ପଠାଇଥିଲା। ତେବେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ମହାକାଶରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଷ୍ଟାର ଲାଇନରରେ କେତେକ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଷ୍ଟାରଲାଇନର ଥ୍ରଷ୍ଟର ସହ ହିଲିୟମ ଗ୍ୟାସ୍ ଲିକ୍ ଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ମହାକାଶଚାରୀଙ୍କୁ ଏଥିରେ ଫେରିବା ଉପରେ ନାସା ପ୍ରତିବନ୍ଧକ ଲଗାଇଥିଲା। ଫଳରେ ସୁନୀତା, ବୁଚ୍ ଗତ ୩ ମାସ ଧରି ସେଠାରେ ଫସି ରହିଥିଲେ। ଏବେ ନାସା ପକ୍ଷରୁ ଷ୍ଟାର ଲାଇନ୍‌ରକୁ ବିନା କୌଣସି ମହାକାଶ ଯାତ୍ରୀ ଫେରିବାକୁ ପଡ଼ିଛି। ପ୍ରକାଶ, ଏହା ପୂର୍ବରୁ ଷ୍ଟାର ଲାଇନରରେ ଏପ୍ରକାର ଯାନ୍ତ୍ରିକ ତ୍ରୁଟିଯୋଗୁ ଏକାଧିକ ଥର ଲ୍ୟାଣ୍ଡିଂ ପ୍ରକ୍ରିୟା ବିଫଳ ସାବ୍ୟସ୍ତ ହୋଇସାରିଛି। ଏହି କାରଣରୁ ନାସା ପକ୍ଷରୁ ଷ୍ଟାର ଲାଇନ୍‌ର ଯୋଗେ ଏହି ଦୁଇ ମହକାଶଚାରୀଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ନିରାପଦ ମଣାଯାଇନଥିଲା। ତେବେ ଏହି ମିଶନ ଉପରେ ସାରା ବିଶ୍ୱର ବୈଜ୍ଞାନିକଙ୍କ ନଜର ରହିଥିଲା। ବୋଇଂ କମ୍ପାନୀ ଏହି ସ୍ପେସ କ୍ରାଫ୍ଟ ତିଆରି କରିଛି। ଜୁନ୍ ୫ରେ ସୁନୀତା ଏବଂ ବୁଚ୍‌ଙ୍କୁ ଆଇଏସ୍‌ଏସ୍‌କୁ ପଠାଯାଇଥିଲା। ଏହା କେବଳ ୮ ଦିନର ଏକ ମିଶନ ଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଏହା ମହାକାଶରେ ଅଟକି ରହିଥିଲା। ଅନ୍ୟପକ୍ଷେ ନାସା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆସନ୍ତା ବର୍ଷ ଫେବ୍ରୁଆରୀରେ ନାସାର କ୍ର‌୍ୟୁ-୯ ମିଶନରେ ଫୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋର। ଏହାର ଅର୍ଥ ହେଉଛି ସୁନୀତା ୱିଲିୟମ୍ସ ଏବଂ ବୁରି ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ଆହୁରି ୫/୬ ମାସ ବିତାଇବାକୁ ପଡିବ।

Post Views: 56
Tags: Starliner's successful landing on Earth: Sunita will return in February
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In