ଅନୁଗୁଳ : ସମୂହ ଛୁଟିରେ ରାଜ୍ୟ ଅମଲା ସଂଘ କର୍ମଚାରୀ । ଠପ୍ ହୋଇଯାଇଛି ସରକାରୀ କାମ । ୯ଦଫା ଦାବିରେ ୩୦ ଜିଲ୍ଲାର ୧୦ ହଜାରରୁ ଅଧିକ ରାଜସ୍ବ ଅମଲା ସଂଘ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି । ଜୁଲାଇ ୭ ତାରିଖରେ ଅମଲା କର୍ମଚାରୀମାନେ କଳାବ୍ଯାଚ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ । ପରେ ସରକାରଙ୍କ ସହ ଆଲୋଚନା ପରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ।

ତେବେ କୌଣସି ପ୍ରତିଶ୍ରୁତି ପାଳନ ନହେବାରୁ ସମୁହ ଛୁଟିରେ ଯାଇଛନ୍ତି । ଜିଲ୍ଲାପାଳମାନଙ୍କ ସୁପାରିସ ଅନୁଯାୟୀ ନୂତନ ପଦବୀ ସୃଷ୍ଟି ଓ ପଦବୀର ପୁନର୍ଗଠନ, କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ, ୨୦୨୦ରେ ଲାଗୁ ହୋଇଥିବା ପୁନଃଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ ଆଦି ଦାବିରେ କଲମଛାଡ଼ ଆନ୍ଦୋଳନ କରି ଛୁଟିରେ ଯାଇଛନ୍ତି । ଦାବି ପୂରଣ ନକଲେ ୧୪ ତାରିଖରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ଓଡିଶା ରାଜସ୍ବ ଅମଲା ସଙ୍ଘ ।

