ରଣପୁର (ଭିଓଭି) : ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡ଼ିଛି । ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଣ୍ଟ୍ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଞ୍ଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର ଯାଞ୍ଚ ସହ ପାଚକପାଚିକାମାନଙ୍କୁ ନିୟମିତ ଆପ୍ରନ, ଟୋପି ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ଅଫିସ ପରିଦର୍ଶନ ସମୟରେ ଚାଉଳ ବସ୍ତା ଓଜନ କରି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଡିଓ ସୁଧୀର ନାୟକ, ନୟାଗଡ଼ ଜିଲ୍ଲା ସହକାରୀ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରା, ଜିଲ୍ଲା ମଧ୍ୟାହ୍ନ ଭୋଜନ ସଂଯୋଜକ ମନୋଜ କୁମାର ସାହୁ, ସିଡିପିଓ ଗୀତାଞ୍ଜଳି ଦଲାଲ, ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ଶୁଭଶ୍ରୀ ଶୁଭସ୍ମିତା, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।
