• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୟାଗଡ଼ରେ ରାଜ୍ୟସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା

by Voice of Victims
November 5, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୟାଗଡ଼ରେ ରାଜ୍ୟସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା

ଭୁବନେଶ୍ବର (ଭିଓଭି) ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାର ର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି ନୟାଗଡ଼ ଶାଖା ଆତିଥ୍ଯୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୨୨ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ଅଧ୍ଯକ୍ଷ ସତ୍ଯବାଦୀ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ଯୟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଦେଶପ୍ରେମ ରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ପୂର୍ବପ୍ରାନ୍ତ ଉପାଧ୍ୟକ୍ଷ ଶ୍ରୀଧର ସାହୁ, ଭାରତକୁ ଜାଣ କାର୍ଯ୍ୟକ୍ରମ ଆବାହକ ବିମଳ କାନ୍ତ ମହାନ୍ତି, ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆ ଓ ଶାଖା ସଚିବ ଘନଶ୍ୟାମ ସାହୁ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ଯ ରଖିଥିଲେ।ଏହି ଭାରତକୁ ଜାଣ ପ୍ରଶ୍ନମଞ୍ଚ ପ୍ରତିଯୋଗିତା କୁ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ପୁରୀ ର ଶ୍ରୀଜଗନ୍ନାଥ ଧାମ ଶାଖା, ବ୍ରହ୍ମପୁର ଶାଖା, ବ୍ରହ୍ମପୁର ବିବେକାନନ୍ଦ ଶାଖା,ଭୁବେନଶ୍ବର ଏକାମ୍ର ଶାଖା, ଭୁବନେଶ୍ୱର ଉତ୍ତର ଶାଖା, ଭୁବନେଶ୍ୱର ସେଣ୍ଟ୍ରାଲ ଶାଖା, ଭୁବନେଶ୍ୱର ବାଣୀ ବିହାର ଶାଖା, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶାଖା, କଟକ ବାରବାଟୀ ଶାଖା, ବଡବିଲ ଶାଖା, ଢେଙ୍କାନାଳ ଶାଖା, ସତ୍ଯବାଦୀ ଶାଖା,ନୟାଗଡ଼ ଶାଖା ଆଦି ବିଭିନ୍ନ ଶାଖା ଅନ୍ତର୍ଗତ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଅପରାହ୍ନରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କନିଷ୍ଠ ବର୍ଗରେ ବ୍ରହ୍ମପୁର ଶାଖାର ଡିପଲ୍ ବିଦ୍ଯାଳୟ ର ଅନିମେଷ ଖଟେଇ ଓ ସୋନ୍ ସିଦ୍ଧାନ୍ତ ବର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱର ଉତ୍ତର ଶାଖାର ଭୁବନେଶ୍ୱର ୮ ନମ୍ବର ଡିଏଭି ପବ୍ଲିକ ବିଦ୍ଯାଳୟ ର ତୁଷିତା ମହାନ୍ତି ଓ ସ୍ମାରକ ସାମନ୍ତ ସେହିଭଳି ୩ୟ ସ୍ଥାନ ଅଧିକାର କରିଛନ୍ତି ବ୍ରହ୍ମପୁର ବିବେକାନନ୍ଦ ଶାଖାର କେ. ସି.ଉଚ୍ଚ ବିଦ୍ଯାଳୟ ର ପ୍ରିନ୍ସି କୁମାର ବେହେରା ଓ ତ୍ରିଲୋକ ନାଥ ଦାସ । ବରିଷ୍ଠ ବର୍ଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶାଖା ର ଡିଏଭି କଳିଙ୍ଗ ନଗର ବିଦ୍ଯାଳୟ ର ମେଧିର୍ ଷଡଙ୍ଗୀ ଓ ଓମକାର ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଭୁବନେଶ୍ୱର ସେଣ୍ଟ୍ରାଲ ଶାଖା ର ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର,ଭୀମଟାଙ୍ଗୀ ର ପ୍ରତ୍ଯାଷା ବିଶ୍ବାଳ ଓ ଅନ୍ବେଷା ମହାନ୍ତି ୩ୟ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱର ବାଣୀ ବିହାର ଶାଖା ର ଡିଏମ୍ ବିଦ୍ଯାଳୟ ର ଶ୍ରେୟାଂସ ସୌର୍ଯ୍ଯ ପଣ୍ଡା ଓ ସ୍ବପ୍ନିଲ ପଣ୍ଡା । ଏହି ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାନେ କ୍ଷେତ୍ର ସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ପାରିବେ। ଅତି ଚିତାକର୍ଷକ ଭାବେ ସମସ୍ତ ପ୍ରତିଯୋଗୀ ମାନେ ଉତ୍ତର ରଖି ସଂଘର୍ଷ କରିଥିଲେ। ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ରେ ଓଡିଶା ପୂର୍ବ ପ୍ରାନ୍ତ ଅନ୍ତର୍ଗତ ସମସ୍ତ ଶାଖା ମାନଙ୍କ ମଧ୍ଯରେ ସର୍ବାଧିକ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନଙ୍କୁ ଭାଗନେବାର ସୁଯୋଗ ଦେଇ ଉଦାହରଣ ସ୍ରୁଷ୍ଟି କରିଥିବା ରୁ ସତ୍ଯବାଦୀ ଶାଖାକୁ ସମ୍ବର୍ଦ୍ଧନା କରାଯାଇଥିଲା ବେଳେ ସର୍ବାଧିକ ପୁସ୍ତକ ବ୍ଯବହାର କରି ଉଦାହରଣ ସ୍ରୁଷ୍ଟି କରିଥିବା ବ୍ରହ୍ମପୁର ର ସ୍ବାମୀ ବିବେକାନନ୍ଦ ଶାଖାକୁ ସମ୍ବର୍ଦ୍ଧନା କରାଯାଇଥିଲା।ତତ୍ ସହିତ ଏହି କାର୍ଯ୍ୟକ୍ରମର ଆୟୋଜକ ନୟାଗଡ଼ ଶାଖା କୁ ମଧ୍ଯ ସଂବର୍ଦ୍ଧନା କରାଯାଇଥିଲା। କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ଙ୍କୁ ଅତିଥି ମାନେ ମେମୋଣ୍ଟୋ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଅର୍ଥ ସଚିବ ନରସିଂହ ମିଶ୍ର, କ୍ଷେତ୍ରୀୟ ମହିଳା ଓ ବାଳ ବିକାଶ ସଚିବ ସୁପ୍ରୀତି ରଥ, ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ପ୍ରାନ୍ତ ସଂସ୍କାର ସଚିବ ପ୍ରୀତି ପ୍ରତିଭା ଭୋଳ, ଭୁବନେଶ୍ୱର ମହାନଗର ସଂଯୋଜକ ମ୍ରୁତ୍ୟୁଞ୍ଜୟ ମହାନ୍ତି, ପ୍ରାନ୍ତ ପ୍ରୁଷ୍ଠପ୍ରଷୋକ ଦେବେନ୍ଦ୍ର ନାଥ ଦାସ, ପ୍ରାନ୍ତ ମିଡିଆ ପ୍ରଭାରୀ ନିହାର ରଂଜନ ସ୍ବାଇଁ,ବରିଷ୍ଠ ସଦସ୍ଯ ଲକ୍ଷ୍ମଣ ମହାନ୍ତି, ଭୁବନାନନ୍ଦ ତ୍ରିପାଠୀ, ପ୍ରଫେସର ହରପ୍ରସାଦ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ନୟାଗଡ଼ ଶାଖା ସଂସ୍କାର ସଚିବ ଦୁର୍ଯ୍ୟୋଧନ ସାହୁ, ଅଶୋକ କୁମାର ନାୟକ, ଅନାଦି ଚରଣ ମହାନ୍ତି, ନୟାଗଡ଼ ଶାଖା ସେବା ସଚିବ ସୁବଳ ଚରଣ ନାୟକ, କାମାକ୍ଷା ପ୍ରସାଦ ଦାସ, ପ୍ରଦୀପ କୁମାର ସାହୁ,ନୟାଗଡ ଶାଖା ଉପାଧ୍ୟକ୍ଷା ଝିଲିମିଲି ସାହୁ,ଡକ୍ଟର ସୁକାନ୍ତି ମହାନ୍ତି,ଗାୟତ୍ରୀ ମହାପାତ୍ର,ପ୍ରଫୁଲ ନାୟକ,ନିରଂଜନ ନାୟକ,ଉଦ୍ଯନାଥ ନାୟକ,ଲକ୍ଷ୍ମୀକାନ୍ତ ଦାସ,ଅନାଦି ଚରଣ ମହାନ୍ତି,ହରେକୃଷ୍ଣ ସାହୁ, ଅରୁଣ କୁମାର ମହାନ୍ତି,ସନ୍ତୋଷ କୁମାର ନାୟକ,ପ୍ରଦୀପ କୁମାର ପ୍ରୁଷ୍ଟି ସମେତ ବହୁ ବରିଷ୍ଠ ସଦସ୍ଯ ମାନେ ଯୋଗଦେଇ ଥିଲା ବେଳେ ନୟାଗଡ଼ ଶାଖାର ସମସ୍ତ ସଦସ୍ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ପ୍ରାନ୍ତ ଉପାଧ୍ୟକ୍ଷ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

ସାମାଜିକ କର୍ମୀ ନିହାର ରଞ୍ଜନ ସ୍ବାଇଁ ଙ୍କ ଦ୍ବାରା ପ୍ରେରିତ ଖବର)

Post Views: 44
Share199Tweet125Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In