ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ “ବିବେକାନନ୍ଦ ଶିକ୍ଷା କେନ୍ଦ୍ର “ରେ ଭାରତୀୟ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ୱର ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଅଲମ୍ପିଆଡ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି!ଏହି ପରୀକ୍ଷା ଦିନ 11ଟାରୁ 1ଘଟିକା ପର୍ଯ୍ୟନ୍ତ କରାଯାଇଥିଲା!ଉକ୍ତ ପରୀକ୍ଷାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ଭଞ୍ଜଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ପରୀକ୍ଷା ନିରୀକ୍ଷକ ଭାବେ ଆଚାର୍ଯ୍ୟ ମାନସ ଦାସ,ବିଶ୍ୱନାଥ ମହାପାତ୍ର,ଆଚାର୍ଯ୍ୟା ସାବିତ୍ରୀ ବରାଳ ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ!
ଏହି ରାଜ୍ୟସ୍ତରୀୟ ଅଲମ୍ପିଆଡ଼ ପରୀକ୍ଷା ନିମନ୍ତେ ସାନପଦର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଆଚାର୍ଯ୍ୟ ଶୁଭ୍ରାଂଶୁ ପାଟ୍ଟଯୋଶୀ ପର୍ଯ୍ୟବେକ୍ଷକ ଥିଲେ! ପରୀକ୍ଷାରେ ବିଦ୍ୟାଳୟର 26 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ!ପରୀକ୍ଷା ସୁଚାରୁ ରୂପେ ଓ ଶାନ୍ତିଶୃଙ୍ଖଳା ସହ ସମ୍ପାଦନ କରିଥିବାରୁ ବିଦ୍ୟାଳୟର ଉପଦେଷ୍ଟା ବିଭୁତି ଭୂଷଣ ଦାଶ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ପର୍ଯ୍ୟବେକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି!
